ରାଜ୍ୟରେ ଆଉ ୧୭୫ କରୋନ ଆକ୍ରାନ୍ତ ଚିହ୍ନଟ

0
360

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ଆଉ ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରୁ ୧୪୫ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୩୦ଟି ଲୋକାଲ କେସ ରହିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
ଆକ୍ରାନ୍ତଙ୍କ ମଧ୍ୟରେ ମୟୁରଭଞ୍ଜରୁ ୫, ଖୋର୍ଦ୍ଧାରୁ ୨୫, ସୁନ୍ଦରଗଡ଼ ୫, କଟକ ୩, ଜଗତସିଂହପୁର ୭, ଝାରସୁଗୁଡା ୧, ବାଲେଶ୍ୱର ୬, କେନ୍ଦ୍ରାପଡା ୧, ନୂଆପଡା ୪, କନ୍ଧମାଳ ୭, ବରଗଡ଼ ୧୧, ପୁରୀ ୧୮, ଗଜପତି ୫୭, ବଲାଙ୍ଗିର ୩, ଗଞ୍ଜାମ ୧ । ତେବେ ଆଜି ସର୍ବାଧିକ ଆକ୍ରାନ୍ତ ଗଜପତିରୁ ଚିହ୍ନଟ ହୋଇଛି ।

LEAVE A REPLY

Please enter your comment!
Please enter your name here