ଶେରଗଡ଼ରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

0
417

ଭଞ୍ଜନଗର / ଶେରଗଡ଼(ନିଲୁ ବିଶୋଇ) ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ ଥିବା ୫୦୦ଏକର ଜମିରେ ଗତ ଦଶ ଦିନ ହେବ ୭ ଫୁଟର ପାଣି ଜମି ରହିଛି। ଫଳରେ ଶେରଗଡ଼ର ବଡ଼ଦାଣ୍ଡ ସାହି, କେଉଁଟ ସାହି ଓ ପାଟପଲି ଗ୍ରାମର ବିଭିନ୍ନ ସାହି ଗୁଡିକର ପଛ ପଟେ ପାଣି ଜମି ରହିଛି। ୫୦୦ଏକର ଜମିର ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏହି ପାଣି ନିଷ୍କାସନ ନିମନ୍ତେ ଶେରଗଡ଼ ଗ୍ରାମବାସୀ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ସୋମାବାର ଦିନ ଏ ପ୍ରସଙ୍ଗରେ ଲୋକମାନେ ପାଣି ନିଷ୍କାସନ ସଂଧ୍ୟା ସୁଧା ନହେଲେ ଆଜି ରାସ୍ତାରୋକ ଚେତାବନୀ ଦେଇଥିଲେ। ସେହି ଚେତାବନୀକୁ ଭିତ୍ତି କରି ମଙ୍ଗଳବାର ସକାଳେ ୫୦୦ରୁ ଅଧିକ ଗ୍ରାମବାସୀ ଏକ ଜୁଟ ହୋଇ ଶେରଗଡ଼ ଚାରି ଛକ,ବଜାର ଛକ,ତିନିଛକ ,କାକିଆ ହୋଟଲ ଛକରେ ଟାୟର ଜାଳି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦେଇ ଥିଲେ ଏବଂ ଶେରଗଡ଼ ର ଦୋକାନ ବଜାର ବନ୍ଦ କରିଦେଇ ଥିଲେ । ଫଳରେ ଚାଲୁଥିବା ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଉତ୍ୟକ୍ତ ଲୋକଙ୍କ ଦାବି ତୁରନ୍ତ ଶେରଗଡ଼ ରେ ସ୍ଥାୟୀ ନାଳ ନିର୍ମାଣ ହେଉ, ନାଳକୁ ସିଧା ସମାନ ମାପରେ ନିର୍ମାଣ ହେଉ ଏବଂ ନାଳ ନିର୍ମାଣ ସମୟରେ ସାମୁହିକ ସ୍ୱାର୍ଥକୁ ଦୃଷ୍ଟି ଦିଆଯାଉ। ଏହାପରେ ଖବର ପାଇ ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ,ବିଡ଼ିଓ ସୁରଞ୍ଜନ କୁମାର ସାହୁ ପହଁଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ଏ ନେଇ ବିଚାର ବିମର୍ଶ ଚାଲିଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ ମୌସୁମୀର ପ୍ରଥମ ବର୍ଷାରେ ଶେରଗଡ଼ ଅବସ୍ଥା ବେହାଲ ସମ୍ପୂର୍ଣ୍ଣ ହୋଇ ପଡିଥିଲା। ତିନି ଛକକୁ ଲାଗି ରହିଥିବା ଶହ ଶହ ଏକର ଜମି ଜଳମଗ୍ନ ହୋଇ ରହିଛି। ଘଟଣା ନେଇ ଗତକାଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ. ଦୟାସିନ୍ଧୁ ପରିଡା, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ମଙ୍ଗଳବାର ଶେରଗଡ଼ ତିନି ଛକ, ଚାରି ଛକ, ନନ୍ଦିନୀ ନଦୀ ତଟ ବୁଲି ଜଳ ନିଷ୍କାସନ ନେଇ ଆଲୋଚନା କରୁଥିବା ବେଳେ ଖବର ପାଇ ଶତାଧିକ ଅଞ୍ଚଳବାସୀ ଆସି ସେମାନଙ୍କୁ ଘେରିବା ସହ ତୁରନ୍ତ ଜଳ ନିଷ୍କାସନ ପାଇଁ ଦାବି କରିଥିଲେ। ତୁରନ୍ତ ଜଳ ନିଷ୍କାସନ କରାନଗଲେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଆଉ ଅସରାଏ ବର୍ଷା ହେଲେ ଗ୍ରାମ ମଧ୍ୟରେ ପାଣି ପଶିବ ବୋଲି କହିଥିଲେ। ତୁରନ୍ତ ଜଳ ନିଷ୍କାସନ ନ କଲେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଅଧିକାରୀମାନେ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରତିଶ୍ରୁତି ଦେବା ସହ ନୂତନ ନାଳ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଥିବା ପୂର୍ତ୍ତି ବିଭାଗ ର୍ନିବାହୀ ଯନ୍ତ୍ରୀ କହିଥିଲେ। କିନ୍ତୁ ଆଜି ଯାଏଁ ଜଳ ନିଷ୍କାସନ ହୋଇପାରି ନଥିବାରୁ ଲୋକେ ରାଜରାସ୍ତାକୁ ଆସି ଟାୟାର ଜାଳି ପ୍ରତିବାଦ କରିଛନ୍ତି

LEAVE A REPLY

Please enter your comment!
Please enter your name here