ବିଜେଡି କର୍ମୀଙ୍କ ଦ୍ୱାରା ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ

0
405

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଉମାଶଙ୍କର ପାଣିଗ୍ରାହୀ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଅଷ୍ଟମ ରକ୍ତଦାନ ଶିବିର ହରିଡ଼ାଖଣ୍ଡି ରୋଡ଼ ଆନନ୍ଦ ନଗର ଠାରେ ସମ୍ପୂର୍ଣ ସୁରକ୍ଷିତ ଦୂରତା ରକ୍ଷାକରି ଅନୁଷ୍ଠିତ ହୋଇଥିଲା । ଏଠାରେ ପ୍ରାୟ ୩୧ ୟୁନିଟ ରକ୍ତ ସ୍ୱେଚ୍ଛାକୃତ ଭାବେ ବିଜେଡି କର୍ମୀମାନେ ରକ୍ତଦାନ କରିଥିଲେ। ରୋଗୀମାନେ ରକ୍ତ ଅଭାବରୁ ବିଭିନ୍ନ ସମୟରେ ମୃତ୍ୟୁମୁଖରେ ପଡୁଛନ୍ତି । ତେଣୁ ବିଜେଡି କର୍ମୀମାନେ ନିଜ ନିଜ ଅଞ୍ଚଳରେ ରକ୍ତଦାନ କରି ନିରୀହ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଧାୟକ ଗତ କିଛିଦିନଧରି ବିଭିନ୍ନ ସାହି ଗଳିକନ୍ଦିରେ ଅଞ୍ଚଳବାସୀଙ୍କୁ ପ୍ରବର୍ତ୍ତାଇ ଏହିଭଳି ରକ୍ତ ସଂଗ୍ରହ କରୁଥିବା ଜଣାଯାଇଛି । ଆଜିକୁ ମିଶାଇ ରକ୍ତଦାନ ଶିବିର ସଂଖ୍ୟା ୮କୁ ପହଁଚିଛି । ବ୍ରହ୍ମପୁର ବଡ ଡାକ୍ତରଖାନାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here