ଏସ.ପି ଙ୍କ ଦ୍ୱାରସ୍ଥ ହେଲେ ଦ୍ରୁବୁତ୍ତ ଆକ୍ରମଣର ଶିକାର ହୋଇଥିବା ମହିଳା ସରପଞ୍ଚ

0
420

ବ୍ରହ୍ମପୁର(ରଶ୍ମିତା ପାଣିଗ୍ରାହୀ)ଓଡିଶା ସରକାର ସରପଞ୍ଚ ମାନଙ୍କୁ ଆଗଧାଡ଼ିର ଯୋଦ୍ଧା ଆଖ୍ୟା ଦେବା ସଙ୍ଗେ ସଙ୍ଗେ ରାଜ୍ୟପାଳଙ୍କ କ୍ଷମତା ପ୍ରଦାନ କରିବା ସ୍ଥଳେ କିଛି ଦ୍ରୁବୃତ୍ତମାନଙ୍କ ଦ୍ୱାରା ଏକ ଅଭାବନିୟ ଘଟଣା ଘଟିଯାଇଛି।
ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ,ରଙ୍ଗେଇଲୁଣ୍ଡା ବ୍ଲକର ପଦ୍ମପୁର ପଞ୍ଚାୟତର ମହିଳା ସରପଞ୍ଚ ପ୍ରଭାତି ନାୟକ ତାଙ୍କ ସମ୍ପର୍କୀୟଙ୍କ ସହ ସଙ୍ଘରୋଧ ଗୃହରୁ ଫେରିବା ସମୟରେ କିଛି ଦ୍ରୁବୁତ୍ତ ରାସ୍ତାରେ ଅଟକାଇ ଗାଳି ଗୁଳଜ କରି ଦାଦା ବଟି ମାଗିଥିଲେ ଓ ତାଙ୍କୁ ମାଡ଼ ମାରିଥିଲେ । ଏ ନେଇ ସେ ଗୋଳନ୍ଥରା ଥାନାରେ ଏତେଲା ଦେଇଥିଲେ। ଗୋଳନ୍ଥର ଥାନା ଅଧିକାରୀ ବାବୁଲା ନାୟକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ୪ ଦିନ ବିତି ଯାଇଥିଲା ।କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ସେଥିପାଇଁ ସରପଞ୍ଚ ପ୍ରଭାତୀ ନାୟକ,ତାଙ୍କ ସ୍ୱାମୀ ଶରତ ନାୟକଙ୍କ ସମେତ ପଦ୍ମପୁର ଗ୍ରାମର କିଛି ଭଦ୍ରବ୍ୟକ୍ତି ଏସ.ପି ଶ୍ରୀ ପିନାକ ମିଶ୍ରଙ୍କୁ ସାକ୍ଷାତ କରି ସାହାଯ୍ୟ ଭିକ୍ଷା କରିଥିଲେ । ଏସ.ପି ଶ୍ରୀ ମିଶ୍ର ଏହାକୁ ଅତ୍ୟନ୍ତ ଗୁରୁତ୍ତ୍ୱ ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଦର ଏସ.ଡି.ପି.ଓ ଶ୍ରୀ ଜୟନ୍ତ ମହାପାତ୍ର ଓ ଥାନା ଅଧିକାରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦ୍ରୁବୁତ୍ତମାନେ ହେଲେ ପଦ୍ମପୁର ଗ୍ରାମର ହରିଜନ ସାହିର ଶଙ୍କର ଦାସ,ଫକୀର ଦାସ ଓ ଅଜୁ ଦାସ।

LEAVE A REPLY

Please enter your comment!
Please enter your name here