ପଦଯାତ୍ରାରେ ଚେନ୍ନାଇରୁ କୋଦଳା ; ପ୍ରବାସୀଙ୍କୁ କୋଦଳା ଆଇଆଇସିଙ୍କ ସହଯୋଗ

0
512

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନଥିବା ବେଳେ ଲକ ଡାଉନ ଅବଧି ସେହି ତୁଳନାରେ ବଢିବାରେ ଲାଗିଛି l ଏହାଦ୍ୱାରା ପ୍ରବାସୀ ମାନଙ୍କ ଦୁର୍ଦଶା ବହୁ ଗୁଣରେ ବଢିଯାଇଛି l ଭୋକ ଉପାସରେ ଛଟପଟ ହୋଇ କୌଣସି ମତେ ଗାଁକୁ ଫେରିବାକୁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି l ଏମାନଙ୍କୁ ଫେରେଇ ଆଣିବା ପାଇଁ ସରକାର ରେଳସେବା ଚାଲୁ କରିଥିଲେ ବି ଟିକଟ ନପାଇ ବହୁ ପ୍ରବାସୀ ପାଦଚଲା ରାସ୍ତା ବାଛିବାକୁ ବାଧ୍ୟ ହୋଇ କଷ୍ଟେମଷ୍ଟେ ଗାଁ ଅଭିମୁଖେ ଫେରିବା ଦେଖାଦେଉଛି l ପ୍ରତିଦିନ କେଉଁଠି ନା କେଉଁଠି ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପ୍ରବାସୀମାନେ ଚାଲିଚାଲି ଫେରୁଥିବା ନଜର ଆସୁଥିବା ବେଳେ ଆଜି ଚେନ୍ନାଇରୁ ଏଗାର ଜଣ ପ୍ରବାସୀ ଶ୍ରମିକ ଗତ 13ତାରିଖ ଠାରୁ ଚାଲିଚାଲି ଏବଂ ବିଭିନ୍ନ ସ୍ଥାନରେ ଲିଫ୍ଟ ମାଗି ରବିବାର ଦିନ ଗଞ୍ଜାମ ଜିଲ୍ଲା ଚିଙ୍ଗୁଡିଘାଇ ଠାରେ ପହଞ୍ଚିଥିବା ଖବରପାଇ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତି ସେମାନଙ୍କୁ ଗାଡିଯୋଗେ କୋଦଳା ଆଣି ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରି ବ୍ଲକ କାର୍ଯ୍ୟାଳୟକୁ ପଠାଇଥଲେ l ସମସ୍ତ ପ୍ରବାସୀଙ୍କୁ ମର୍ଦ୍ଦକୋଟ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ କ୍ଵାରେଣ୍ଟିନ ସେଣ୍ଟରକୁ ପଠାଯାଇଥିବା ବିଡ଼ିଓ ଦେବବର ପ୍ରଧାନ ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here