ସେଭ କାଓ ସେଭ ନେସନ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ

0
384

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବର୍ତ୍ତମାନ ବିଶ୍ୱରେ କୋରାନାର ତାପ ଦିନକୁ ଦିନ ବାଡିବାରେ ଲାଗିଛି ଆମ ଦେଶରେ କୋରାନା ଯୋଗୁଁ ଆଜିକୁ ପ୍ରାୟ ତିନିମାସ ହେଲା ଲୋକଙ୍କ ଜୀବିକା ହରେଇ ବସିଛନ୍ତି ଏହି ସଙ୍କଟ ମହୁର୍ତ୍ତ ରେ କିଛି ସମାଜସେବୀ ସାହାଯ୍ୟର ହାତ ବଡାଇଛନ୍ତି SAVE COWS SAVE NATION ପକ୍ଷରୁ ମଙ୍ଗଳବାର ଉପସମ୍ପାଦକ ରାଜେଶ କୁମାର ପଣ୍ଡାଙ୍କ ନେତୃତ୍ବରେ ଗାନ୍ଧୀ ନଗର ପଞ୍ଚମ ଗଳି ନିକଟସ୍ଥ ବାହୁଦା ଓ ଲେପ୍ରୋସି କଲୋନୀରେ ରହୁଥିବା ବହୁ ଅସହାୟ ଓ ଗରିବ ପରିବାରଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ ୱାର୍ଡରେ ଥିବା ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଅସହାୟ ଓ ଗରିବ ପରିବାରଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ସହ ରାଜ୍ୟ ବାହାରୁ ବସ୍, ଟ୍ରକ୍ ଓ ଚାଲିଚାଲି ଫେରୁଥିବା ଶ୍ରମିକମାନଙ୍କୁ ହଳଦିଆପଦର ନିକଟବର୍ତ୍ତୀ ୧୬ ନମ୍ୱର ଜାତୀୟ ରାଜପଥରେ ଖାଦ୍ୟ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ରଜନିଶ୍ ମିଶ୍ର, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ପ୍ରଦ୍ୟୁମ୍ନ ମହାପାତ୍ର, ସାର୍ଥକ ରାଜ ସାହୁ, ଗଣେଶ ମିସ୍ତ୍ରୀ, ଚିତ୍ରସେନ ମହାପାତ୍ର, ଦୁର୍ଗା ଲାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏପରି ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିବ ବୋଲି ସଂଗଠନର ସଭାପତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here