ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

0
258

ନବରଙ୍ଗପୁର(ନ୍ୟୁଜଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଡାଳିଆମ୍ବା ଗାଁରେ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବୃଦ୍ଧଙ୍କ ନାଁ ବୃନ୍ଦାବନ ମାଝା ( ୫୫ ) । ଆହତ ଯୁବକ ହେଲେ ହାତୀବାଡ଼ି ଗାଁର ହେମନ୍ତ ଗୌଡ଼ ( ୨୫ । ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ , ସ୍ଥାନୀୟ ଏକଟାଗୁଡା ଗାଁର ବୃନ୍ଦାବନ ଏବଂ ତାଙ୍କ ସ୍ତ୍ରୀ ହୀରାମଣି ମାଝା ଚନ୍ଦାହାଣ୍ଡି ବ୍ଳକ୍‌ର କଲମଡଙ୍ଗରି ଗାଁରେ ଚାଲିଥିବା ଏକ ଯଜ୍ଞରେ ଯୋଗଦେଇ ଏକ ସାଇକେଲ୍‌ରେ ଗାଁକୁ ଫେରୁଥିଲେ । ହାତୀବାଡି ଗାଁର ରାସ୍ତାପାର୍ଶ୍ୱରେ ଥିବା ଏକ ଗଛ ମୂଳେ ବିଶ୍ରାମ ନେଇଥିଲେ । ଏହି ସମୟରେ ହାତୀବାଡି ଗାଁର ହେମନ୍ତ ଏକ ବାଇକ୍‌ ( ଓଡି ୦୮ଏ – ୯୨୫୩ ) ରେ ଝରିଗାଁରୁ ଗାଁକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇବାରୁ ବୃନ୍ଦାବନକୁ ଧକ୍କା ଦେଇଥିଲେ । ଦୁର୍ଘଟଣାସ୍ଥଳରେ ହିଁ ବୃନ୍ଦାବନଙ୍କ ମୃତ୍ୟୁ ହୋଇଥିବା ବେଳେ ହେମନ୍ତ ଗୁରୁତର ଆହତ ହୋଇଥିଲେ । ଖବରପାଇ ଝରିଗାଁ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା । ଅନ୍ୟପକ୍ଷରେ ହେମନ୍ତକୁ ଉଦ୍ଧାର କରି ପୁଲିସ୍ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ପୁଲିସ୍ ଜବତ କରି ତଦନ୍ତ ଚଳାଇଛି ।

ରିପୋର୍ଟ -କ୍ରୀଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here