ବ୍ରହ୍ମପୁରରେ ହେବ ଏଣ୍ଡ୍ରୋକ୍ରାଇନ ସୋସାଇଟିର ୮ମ ବାର୍ଷିକ ସମ୍ମିଳନୀ।

0
630

ବ୍ରହ୍ମପୁର,୨୬/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଓଡିଶା ଏଣ୍ଡ୍ରୋକ୍ରାଇନ ସୋସାଇଟିର ୮ମ ବାର୍ଷିକ ସମ୍ମିଳନୀ ବ୍ରହ୍ମପୁରରେ ଅନୁଷ୍ଠିତ ହେବାକୁ ଯାଉଛି।ପ୍ରଥମ ଥର ପାଇଁ ସହରରେ ଏହି ଗୌରବମୟ ସମ୍ମିଳନୀ ଆୟୋଜିତ ହେଉଥିବାରୁ ଜିଲ୍ଲାର ଡାକ୍ତରମାନେ ବେଶ ଉତ୍ସାହିତ। ଆସନ୍ତା ଡିସେମ୍ବର1୧୩ ଠାରୁ ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ୩ଦିନ ଧରି ଏହି ସମ୍ମିଳନୀ ବ୍ରହ୍ମପୁର ଓ ଗୋପାଳପୁର ଠାରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟତଃ ବିଭିନ୍ନ ହରମୋନ ଜନିତ ରୋଗ ଡାଏବେଟିକ, ଥାଇରଏଡ଼ ଓ ପୃଥଳତା ପ୍ରଭୁତି ବିଷୟ ଉପରେ ଆଲୋଚନା ହେବ। ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ପ୍ରତିଷ୍ଠିତ ପ୍ରଫେସର ଓ ବିଶେଷଜ୍ଞମାନେ ଯୋଗଦେଇ ଏଭଳି ରୋଗର ଲକ୍ଷଣ, କାରଣ ଓ ନିରାକରଣ ଉପରେ ନିଜ ନିଜ ବକ୍ତବ୍ୟ ରଖିବେ। ଏଥିରେ ସାରା ଦେଶରୁ ୭ଶହରୁ ଅଧିକ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି ଆୟୋଜକଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ସୋସାଇଟିର ସାଙ୍ଗଠନିକ ସମ୍ପାଦକ ଡାକ୍ତର ପି ରବିକୁମାରଙ୍କ ସମେତ କମିଟିର ଅଧ୍ୟକ୍ଷ ଡାକ୍ତର ଏସ ଆର ପଟନାୟକ, ପ୍ରଫେସର ଡାକ୍ତର ରାଧାମଧଵ ତ୍ରିପାଠୀ, ଡାକ୍ତର ସୁନୀଲ କୋଟା, ପ୍ରଫେସର ପି ସି ସାହୁ ଓ ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here