ଅଙ୍ଗନବାଡି କର୍ମୀ ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜିଠୁ ଜାରି ।ଅଣ୍ଡା ସହ ରନ୍ଧା ଦାୟିତ୍ୱ ମଧ୍ୟ ଏସ.ଏଚ.ଜିକୁ ଦିଆଯାଉ ।

0
360

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା/ଶିବରାମ ଚୌଧୁରୀ):ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ତିନୋଟି ଏସ୍.ଏଚ୍.ଜି ଗୃପ ଦ୍ୱାରା ଅଣ୍ଡା ବଣ୍ଟନ କରିବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା ଜାରି ଆଦେଶକୁ ପ୍ରତ୍ୟାହାର କରିବାକୁ ଆର୍.ଡି.ସି ଙ୍କୁ ସଂଘ ଦାବି କରିଥିଲା ।ଯଦି ପ୍ରତ୍ୟାହାର ନ ହୁଏ ତେବେ ଅଣ୍ଡା ବଣ୍ଟନ ସହ ରନ୍ଧନ ଦାୟିତ୍ୱ ମଧ୍ୟ ଏସ.ଏଚ.ଜିକୁ ଦିଆଯାଉବୋଲି ଦାବିପତ୍ରରେ ଉଲ୍ଲେଖ କରିଥିଲେ ।ଯଦି ଏହା କାର୍ଯ୍ୟକାରୀ ନ ହୁଏ ଜୁନ୍ ପହିଲାଠାରୁ କଲମ ଛାଡ ଆନ୍ଦୋଳନ କରିବା ପାଇଁ ନିଖିଳ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର ଏସୋସିଏସନ୍ ଦାବି କରିଥିଲେ ।ଏହା କାର୍ଯ୍ୟକାରୀ ହୋଇ ନ ଥିବାରୁ ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସିର ୧୯୨ ଅଙ୍ଗନବାଡି କେନ୍ଦ୍ରର କର୍ମୀ ଓ ସହାୟିକା ମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।ବେଲଗୁଣ୍ଠା ଅଙ୍ଗନବାଡି ସଂଘର ସଭାନେତ୍ରୀ କବିତା କୁମାରୀ ସାହୁ ଓ ସମ୍ପାଦିକା ମମତା କୁମାରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ,ଅଙ୍ଗନବାଡି କେନ୍ଦ୍ରରେ ଦୈନିକ ଗୋଟିଏ ଶିଶୁ ପିଛା ଟ ୭.୭୦ ପଇସା ସରକାର ଯୋଗାଇ ଦେଉଛନ୍ତି ।ଅଣ୍ଡା ର ମୂଲ୍ୟ ୪.୯୦ ବାଦ୍ ପଡିବା ପରେ ବଳକା ଟ୨.୮୦ରେ ଜଳଖିଆ ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହେଉଛି ।ଯାହାକି ଏତେ କମ୍ ପଇସାରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରିବା ସମ୍ଭବ ନୁହେଁ ।ତେଣୁ ଏସ.ଏଚ.ଜି ଦ୍ୱାରା କେବଳ ଅଣ୍ଡା ନୁହେଁ ସମଗ୍ର ସାମଗ୍ରୀ ବଣ୍ଟନ କରିବାକୁ ସଂଘ ଦାବି କରିଛି ।ଏ ନେଇ ସଂଘ ତରଫରୁ ବିଡିଓ, ସିଡିପିଓ ଓ ଉପଜିଲ୍ଲାପାଳଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।ଅଣ୍ଡା ପ୍ରଦାନ ଆଦେଶ ପ୍ରତ୍ୟାହାର,ଏପ୍ରିଲ ଓ ମେ ମାସର ବକେୟା ବିଲ୍ ପ୍ରଦାନ କରିବା ନେଇ ସଂଘ ଦାବି କରିଥିଲା ।ବର୍ତ୍ତମାନ ସମୟରେ ଅଙ୍ଗନବାଡି କର୍ମୀ ମାନେ କରୋନା ମହାମାରୀ ପାଇଁ ଆଗଧାଡିର ଯୋଦ୍ଧା ଭାବେ।ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ,ଘର ଘର ବୁଲି ସଚେତନତା ଓ ସଙ୍ଗରୋଧରୁ ପ୍ରବାସୀ ମାନେ ନିଜ ଘରକୁ ଯିବା ସମୟରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଟଙ୍କା ବଣ୍ଟନ ଆଦି ଗୁରତ୍ୱପୁର୍ଣ୍ଣ କାର୍ଯ୍ୟ କରୁଛନ୍ତି ।ଏଣୁ ଦାବି ଗୁଡିକ ଗ୍ରହଣ କରାନଗଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି ।

LEAVE A REPLY

Please enter your comment!
Please enter your name here