ଖଲ୍ଲିକୋଟ ପୋଲିସ ଦ୍ୱାରା ୭୦୦ ଲିଟର ଚୋରା ଦେଶୀ ମଦ ଜବତ;୨ ଗିରଫ

0
325

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ)ଖଲ୍ଲିକୋଟ ପୋଲିସ ଦ୍ୱାରା ଶୁକ୍ରବାର ଦିନ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୭୦୦ ଲିଟର ଦେଶୀ ମଦ ସହ ଏକ ଅଟୋ ଓ କାର କୁ ଜବତ କରିବା ସହ ୨ ଜଣ ଙ୍କୁ ଗିରଫ କରାଯାଇଛି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମ ରୁ ବେଆଇନ ଭାବେ ଚୋରା ଦେଶୀ ମଦ ଛତ୍ରପୁର ଓ ପୁରୀ ଜିଲ୍ଲା ପାରିକୁଦ କୁ ଚାଲାଣ କରାଯାଉଥିବା ବେଳେ ଖବର ପାଇ ଖଲ୍ଲିକୋଟ ପୋଲିସ ଚଢ଼ାଉ କରି ୭୦୦ ଲିଟର ଦେଶୀ ମଦ ଜବତ କରିବା ସହ ପରିବହନ କରୁଥିବା ଏକ ଅଟୋ ଓ କାର କୁ ଜବତ କରିଥିଲେ ।ବେଆଇନ ଦେଶୀ ମଦ ଧରି ଯାଉଥିବା ୨ ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୧୯୩,୧୯୪/୨୦୨୦ଅନୁସାରେ ଦୁଇଟି ମକଦ୍ଦମା ରୁଜୁ ହୋଇଛି ।ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ସିଲୁ ଧଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here