କୁକୁଡାଖଣ୍ଡି ତହସିଲର ବାର୍ଷିକ କାର୍ଯ୍ୟପନ୍ଥା ପୁସ୍ତିକା ଉନ୍ମୋଚିତ

0
426

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ବ୍ରହ୍ମପୁରସ୍ଥିତ ନିଜ କାର୍ଯ୍ୟାଳୟରେ ଏକ ବାର୍ଷିକ କାର୍ଯ୍ୟ ପନ୍ଥା ପୁସ୍ତିକା ଉନ୍ମୋଚନ କରିଛନ୍ତି | ଏହି ପୁସ୍ତିକାରେ କୁକୁଡାଖଣ୍ଡି ତହସିଲର ଚଳିତ ଆର୍ଥିକ ବର୍ଷ କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି |କାର୍ଯ୍ୟ ପନ୍ଥା ପୁସ୍ତିକାରେ ରାଜସ୍ଵ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ ମାନେ କିପରି ବର୍ଷ ସାରା ସୁଚାରୁ ରୂପେ ନିଜ କାର୍ଯ୍ୟ ପରିଚାଳନା କରିବେ,କାର୍ଯ୍ୟାଳୟ ଚଳାଇବେ ତଥା ତହସିଲ କାର୍ଯ୍ୟାଳୟ କିପରି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିର୍ଦ୍ଧିଷ୍ଟ ରାଜସ୍ଵର ହାସଲ କରିପାରିବ ସେ ନେଇ ବିଭିନ୍ନ ବିଷୟ ଉଲ୍ଲେଖ କରାଯାଇଛି |ଏହା ପରେ କୁକୁଡ଼ାଖଣ୍ଡି ତହସିଲଦାର ଡ଼କ୍ଟର ଈପସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତିଙ୍କ ସମତେ ସମସ୍ତ କର୍ମଚାରୀ ମିଶି ନିଜ କାର୍ଯ୍ୟାଳୟରେ ଉକ୍ତ ପୁସ୍ତକକୁ ଉନ୍ମୋଚନ କରିଥିଲେ |

LEAVE A REPLY

Please enter your comment!
Please enter your name here