ଘରୋଇ ଅଶାନ୍ତିରୁ ଝିଅର ଆତ୍ମହତ୍ୟା

0
309

ବୁଗୁଡା (ନ୍ୟୁଜଏକ୍ସଟ୍ରା) ବୁଗୁଡା ଥାନା ଅନ୍ତର୍ଗତ ଟାଭାପଲ୍ଲୀ ଗ୍ରାମରେ ଏପ୍ରିଲ ୨ ତାରିଖ ସକାଳେ ଜଣେ ୧୮ ବର୍ଷୀୟା ଯୁବତୀ ନିଜ ଘର ଛାତ କାଠରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଘରୋଇ ଅଶାନ୍ତି ଯୋଗୁଁ ଆଜି ସକାଳେ ଗାନ୍ଧିଆ ମୁଳିଙ୍କ ୧୮ ବର୍ଷର ଏକ ମାତ୍ର ଝିଅ ଗୀତାଞ୍ଜଳି ମୁଳି ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ସଙ୍ଗେ ସଙ୍ଗେ ବୁଗୁଡା ମେଡ଼ିକାଲକୁ ଆଣିଥିଲେ। ହେଲେ ବାପା ମାଆ ଝିଅକୁ ବଞ୍ଚାଇ ପାରିଲେ ନାହିଁ। ବୁଗୁଡା ମେଡ଼ିକାଲ ଡାକ୍ତର ଗୀତାଞ୍ଜଳିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ଲୋକେ ବୁଗୁଡା ଥାନାରେ ଲିଖିତ ଭାବେ ଦେବାପରେ ପୋଲିସ ମର ଶରୀର ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here