ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

0
267

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବିଚାରପତି ଦିଲ୍ଲିପ କୁମାର ବିଶ୍ୱାଳ ଏକ ଦୁଷ୍କର୍ମ ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ସୂଚନାରୁ ପ୍ରକାଶ ଯେ ବାଲିଗୁୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ପଞ୍ଚାୟତର ଗଡଗାବାଲି ଗ୍ରାମର ଅଭିଯୁକ୍ତ ସୁଜିତ କୁମାର ନାୟକ ତାଙ୍କ ଗ୍ରାମର ଜଣଙ୍କୁ ଦୁଷ୍କର୍ମ କରିଥିଲା l ଏନେଇ ବାଲିଗୁଡା ଥାନା କେଶ ନଂ. ତା ୫/୧୨/୧୫ରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ବାଲିଗୁଡା କୋର୍ଟରେ ୧୧୯/୧୫ରେ କେଶ ରେଜିଷ୍ଟି ହୋଇ ବିଚାରଣ ଚାଲିଥିଲା । ବିଚାରପତି ସମସ୍ତ ସାକ୍ଷ ପ୍ରମାଣକୁ ଭିର୍ତ୍ତି କରି ଅଭିଯୁକ୍ତ ସୁଜିତ କୁମାର ନାୟକ ଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ଏନେଇ ସରକାରୀ ଓକିଲ ସୁଧାଂଶୁ ମୋହନ ପତି ସୁଚନା ପ୍ରଦାନ କରିଛନ୍ତି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here