ସଂଗରୋଧ ରେ ଅନ୍ତେବାସୀ ଶୁଣିଲେ ପ୍ରବଚନ

0
321

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ପାଟରାପଲ୍ଲୀ ଗୋବିନ୍ଦ ଦାସ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଗରୋଧ ଗୃହରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ତେବାସୀ ମାନେ ଏଭଳି ସମୟରେ ସଂଗରୋଧ ରେ ରହୁଥିବା କାରଣରୁ ନିଜକୁ ନିସହାୟ ମନେକରୁଥିବା ବେଳେ ସେମାନଙ୍କ ମନରେ ଆଧ୍ୟାତ୍ମିକ ବାର୍ତ୍ତା କୁ ପହଞ୍ଚାଇ ସେମାନଙ୍କ ମନବଳକୁ ବୃଦ୍ଧି କରାଇଥିଲେ । ଭଗବାନଙ୍କ କଥା ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ସଚେତନତା ମଧ୍ୟ କରାଇଥିଲେ । ପ୍ରବଚକ ଭାବେ ଜ୍ୟୋତିର୍ବିଦ ପଣ୍ଡିତ ଅନ୍ନଦା ତ୍ରିପାଠୀ ରହିଥିବା ବେଳେ ସହଯୋଗ ରେ ଅଖିଳକୁମାର ପଣ୍ଡା, ରମାକାନ୍ତ ନାୟକ, ଶୁଭେନ୍ଦୁ ଗୈଡ ରହିଥିଲେ । ଅନ୍ତେବାସୀ ଆନନ୍ଦରେ ସାମାଜିକ ଦୁରତ୍ୱ ଅବଲମ୍ବନ କରି ଏହାକୁ ଉପଭୋଗ କରୁଥିବା ସହ ହରିବୋଲ ଓ ମହିଳା ଙ୍କ ହୁଳହୁଳି ରେ ଚତୁର୍ଦିଗ କମ୍ପନ ହେଉଥିଲା ।

LEAVE A REPLY

Please enter your comment!
Please enter your name here