ବାଲୁଙ୍କେଶ୍ବର ମନ୍ଦିରରେ ଗରୁଡ ପକ୍ଷୀ : ଦେଖିବାକୁ ଶ୍ରଧାଳୁଙ୍କ ଭିଡ

0
145

ବୁଗୁଡା: ବୁଗୁଡା ଏନଏସିର ୬ ନଂ ୱାର୍ଡ ଅନ୍ତର୍ଗତ ବି.ଡି.ପୁର ଶାସନର ବାଲୁଙ୍କେଶ୍ବର ଶିବ ମନ୍ଦିରରେ ଜାନୁଆରୀ ୭ ତାରିଖ ଦିନ ଏକ ଧଳା ବର୍ଣ୍ଣର ଗରୁଡ ପକ୍ଷୀ ଆସି ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଛୁଆ ଗରୁଡ଼ ପକ୍ଷୀଟି ନିକଟସ୍ଥ ଗଛ ଡାଳରୁ ଉଡିଯାଇ ମନ୍ଦିରରେ ବସିଥିବାର ଦେଖିବାକୁ ମିଳୁଛି। ବାଲୁଙ୍କେଶ୍ୱର ଶୈବ ପୀଠରେ ଆଶ୍ରୟ ନେଇଥିବା ଗରୁଡ ପକ୍ଷୀଟି ଛୁଆ ହୋଇଥିବା ବେଳେ କେତକ ବ୍ୟକ୍ତି ଏହି ଛୁଆ ପକ୍ଷୀଟି ଧଳା ପେଚା ବୋଲି କହୁଛନ୍ତି। ଧଳା ଗରୁଡ଼ ବିଷ୍ଣୁଙ୍କ ବାହାନ ହୋଇଥିବା ବେଳେ ଧଳା ପେଚା ଲକ୍ଷ୍ମୀଙ୍କ ବାହାନ ଅଟେ। ଏଣୁ ଶ୍ରଦ୍ଧାଳୁ ମାନେ ଆଶ୍ରୟ ନେଇଥିବା ଧଳା ଗରୁଡ଼ ପକ୍ଷୀକୁ ଦେଖିବା ପାଇଁ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଗରୁଡ ପକ୍ଷୀକୁ ଶ୍ରଧାଳୁ ମାନେ ଦେଖି ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ନିଜକୁ ଭାଗ୍ୟବାନ ମନେକରିଛନ୍ତି।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here