ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ସଙ୍ଘରୋଧ କେନ୍ଦ୍ରରେ ଯୋଗ ଶିକ୍ଷା

0
322

ଜଗନ୍ନାଥ ପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ସଙ୍ଗରୋଧକେନ୍ଦ୍ରରେ ଯୋଗ ଶିକ୍ଷ୍ୟା ସହିତ କୋରନା ଭୁତାଣୁ ସଂକ୍ରମଣ ଠାରୁ କିପରି ଦୁରେଇ ରହିବା ଏବଂ ନିଜକୁ ସୁସ୍ଥ ରଖିବା ନିମନ୍ତେ ଯୋଗ ଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।ଆଂଚଳିକ ମହାବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଯୋଗଗୁରୁ କ୍ଷୀରୋଦ ଚନ୍ଦ୍ର ଦାଶ ଯୋଗଶିକ୍ଷା ଦେଇଥିଲେ । ଯୋଗ ଦ୍ୱାରା ମାନସିକ, ଶାରୀରିକ ଗଠନ ଓ ବିକାଶ ସମ୍ପର୍କରେ ସେ ଅବଗତ କରାଇବା ସହ ମନୋଖୋଲି ହସିଲେ ଶରୀର ଓ ମାନସିକ ଶାନ୍ତି ମିଳିବ ବୋଲି ଶିକ୍ଷା ଦେଇଥିଲେ।ସରୋଜ କୁମାର ନାୟକଙ୍କ ପରିଚାଳନା ରେ ଅଧ୍ୟାପକ ଲୋକନାଥ ମହାନ୍ତି ହାତ ଧୋଇବାର ବିଭିନ୍ନ ପ୍ରଣାଳୀ ସମ୍ପର୍କରେ ଶିକ୍ଷା ଦେଇଥିଲା ଓ ଘରେ ପହଂଚିବା ପରେ ୭ଦିନ କିପରି ଚଳିବାକୁ ହେବ (ପରିଷ୍କାର, ପରିଚ୍ଛନ୍ନତା ହାତଧୂଆ, ସାମାଜିକ ଦୂରତା ରକ୍ଷା, ଗରମ ପାଣି, ଗରମ ଖାଦ୍ୟ ଖାଇବା, ମାସ୍କ ବ୍ୟବହାର ସମ୍ପର୍କ ରେ ଅବଗତ କରାଇଥିଲେ । ଶେଷରେ ଅନ୍ତେ ବାସୀ ମାନଙ୍କୁ ସମସ୍ତେ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here