ଜୁନ ୨ରୁ ଭଞ୍ଜନଗର ରୁ ଗଡିବ ବସ

0
598

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ରାଜ୍ୟ ସରକାର ବସ ଚଳାଚଳ ପାଇଁ ଦେଇଛନ୍ତି। ହେଲେ ବିଭିନ୍ନ ସ୍ଥାନରେ ଆନୁଶାନିକ ବ୍ୟବସ୍ଥା ନଥିବାରୁ ବସ ଚଳାଚଳ ସ୍ୱାଭାବିକ ଭାବରେ ହୋଇ ପାରିନାହିଁ। ଭଞ୍ଜନଗରରୁ ବିଭିନ୍ନ ସ୍ଥାନକୁ ଜୁନ ୨ରୁ ସମସ୍ତ ଘରୋଇ ବସ ଚଳାଚଳ କରିବା ନେଇ ଘୁମୁସର ବସ ମାଲିକ ସଂଘ ଭଞ୍ଜନଗର ଶାଖା ପକ୍ଷରୁ ଗତକାଲି ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଅଳ୍ପ କିଛି ବସ ଚାଲିବ ପଯ୍ୟାୟ କ୍ରମେ ଯାତ୍ରୀ ମାନଙ୍କ ସଂଖ୍ୟା ବୃଦ୍ଧି କୁ ଦେଖି ବସ ସଂଖ୍ୟା ବୃଦ୍ଧି କରାଯିବ। ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ସମସ୍ତ ବସକୁ ସାନିଟାଇଜ କରାଯିବ। ଯେଉଁ ଯାତ୍ରୀ ମାନେ କୋରନା ପାଇଁ ହୋଇଥିବା ସରକାରୀ ନିୟମ ପାଳନ କରିବେ ସେମାନେଙ୍କୁ ହିଁ ବସ ରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ। ଫଳରେ ଯାତ୍ରୀ ମାନେ ସୁରକ୍ଷିତ ଓ ସୁବିଧାରେ ଯାତାୟାତ କରିପାରିବେ। ବସ ଗୁଡିକୁ ସାନିଟାଇଜ କରିବା ପାଇଁ ଆବଶ୍ୟକୀୟ ଜାଗା ଦରକାର ଥିବାରୁ ନୂତନ ବସଷ୍ଟାଣ୍ଡ କୁ କାଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ସଂଘର କର୍ମକର୍ତ୍ତ ମାନେ ଆଗାମୀ ଦିନରେ ଆଲୋଚନା କରିବେ। ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ଗତକାଲି ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସଭାପତି ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ବିପ୍ର ଚରଣ ବାରିକ , ସନ୍ତୋଷ ସ୍ୱାଇଁ, ଗୋବିନ୍ଦ ଚରଣ ବାରିକ , ଏ. ରେଣୁ ଗୋପାଳ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here