ସାଙ୍କୁଳେଇ ପୀଠରେ ବିଜେଡିର ମିଶ୍ରଣ ପର୍ବ , ବିଜେପି ଛାଡିଲେ ୩୦୦ ରୁ ଉର୍ଦ୍ଧ ପରିବାର।

0
186

ବୁଗୁଡା: ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମା ସାଙ୍କୁଳେଇ ପୀଠରେ ବୁଗୁଡ଼ା ବ୍ଲକ୍ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଜୁଲାଇ ୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଲୋକ ସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ କଳମ୍ବ ଗ୍ରାମ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ଵରେ ପୂର୍ବତନ ସରପଞ୍ଚ ତ୍ରିନାଥ ପ୍ରଧାନ , ଭଗବାନ ଜେନା, ଖଦାଳ ଗୌଡ, ସତ୍ଯବାନ ଜେନା, କାଳୁଚରଣ ଜେନା, ବିଦ୍ଯାଧର ସ୍ବାଇଁ,ପାଣ୍ଡବ ପ୍ରଧାନ, ବରୁଣ ସ୍ବାଇଁ, ଚିତରଞ୍ଜନ ଜେନା, ଶସାଙ୍କ ଶେଖର ରାଉତ, ବାବୁଲା ରାଉତ, କାଳୁଚରଣ ବାଡତ୍ଯା, ଯୋଗେନ୍ଦ୍ର ପ୍ରଧାନ, ଅଶୋକ ପ୍ରଧାନ, ସନ୍ତୋଷ କୁମାର ଗୌଡ, ଅନ୍ତରପଡା ପଞ୍ଚାୟତ ମାଣିବନ୍ଧ ଗ୍ରାମର ରାଜେଶ ସ୍ବାଇଁ, ସପନା ସ୍ବାଇଁ ସମେତ ତିନି ଶହରୁ ଉର୍ଦ୍ଧ୍ବ ବିଜେପି ସମର୍ଥକ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗଦେଇଥିବା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତରୀୟ ଦେଇ ବିଧାୟକ ଶ୍ରୀସାହୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ବୁଗୁଡା ବ୍ଳକ ବିଜେଡି ସଭାପତି ମଦନଗୋପାଳ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢୀ, ପୂର୍ବତନ ବୁଗୁଡା ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କେ.ନୀଳମାଧବ ଆଚାରୀ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ମେମ୍ବର ସହ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here