ଚୋରା ମାଟି ଚାଲାଣ ବେଳେ ୪ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ ସହ ଛଅ ଜଣଙ୍କୁ ଗିରଫ କଲା ଖଲ୍ଲିକୋଟ ପୋଲିସ ।

0
332

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ) : ଖଲ୍ଲିକୋଟ ଅଞ୍ଚଳରେ ବ୍ୟାପକ ଚୋରା ବାଲି, କାଠ ଓ ମରମ ଚାଲାଣ ହେଉଥିବା ବେଳେ ଗତ କାଲି ମଧ୍ୟରାତ୍ର ରେ ଖଲ୍ଲିକୋଟ ପୋଲିସ ବିଶେଷ ସୁତ୍ର ରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନ ରେ ସବ ଇନ୍ସପେକ୍ଟର ସିଲୁ ଧଳ, ଭେଜିପୁଟ ଫାଣ୍ତି ଅଧିକାରୀ ଟୁନା ପିଡ଼ିକା ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ରୁଦ୍ର ପ୍ରସାଦ ଭଟ୍ଟମିଶ୍ର, ଜି ଚିରଂଜିବି ପ୍ରଧାନ ଓ ସୁରେନ୍ଦ୍ର ଶବର ମିଳିତ ଭାବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ନିକଟସ୍ଥ ଏକ ବିଲ ଭିତରୁ ମାଟିର ଚୋରା ଚାଲାଣ କରୁଥିବା ଚାରୋଟି ଟ୍ରାକ୍ଟର ( OD07T3139, OR O7R0237, ODO7K0048, OR O7J5052) ଓ ଗୋଟିଏ JCB (ODO7Y4326) କୁ ଅତର୍କିତ ଭାବେ ଚଢ଼ାଉ କରିବା ସହିତ ପାଞ୍ଚ ଜଣ ଡ୍ରାଇଭର ଓ ଗୋଟିଏ ଦଲାଲ କୁ ଗିରଫ କରିବା ସହ ଖଲ୍ଲିକୋଟ ଥାନା କେସ ନଂ 167/2020 u/s 379/34 Ipc rw SEC 18 ଆଧାର ରେ ଗତକାଲି ଗିରଫ ହୋଇଥିବା ଛଅଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here