ମର୍ଦ୍ଦକୋଟ ସଙ୍ଗରୋଧ କେନ୍ଦ୍ରରେ ଶିଶୁପୁତ୍ରକୁ ଜନ୍ମଦେଲେ ମହିଳା

0
319

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ମର୍ଦ୍ଦରାଜ ହାଇସ୍କୁଲ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡିଛି l ପ୍ରସୂତି ଜଣକ ହେଉଛନ୍ତି ବି. ଗୁଡ଼ିଆଳି ଗ୍ରାମର ଡ୍ରାଇଭର ପ୍ରଧାନଙ୍କ ସ୍ତ୍ରୀ ସନ୍ତୋଷିନୀ (28) l ସେ ଗତ 7ତାରିଖ ଦିନ ସ୍ୱାମୀଙ୍କ ସହ ସୁରାଟରୁ ଫେରି ମର୍ଦ୍ଦକୋଟ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ l ଆୟୁଷ ଡାକ୍ତର ସଞ୍ଜୟ ସାହୁ, ଏମପିଏଚଡବ୍ଲୁ ସୁରେନ୍ଦ୍ର ପ୍ରଧାନ, ଏଏନଏମ, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହାୟତାରେ ଜନ୍ମିତ ଶିଶୁପୁତ୍ର ଏବଂ ପ୍ରସୂତି ସୁସ୍ଥ ଥିବାବେଳେ ପ୍ରାଥମିକ ପରୀକ୍ଷା ପାଇଁ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ପଠାଯାଇଥିବା ଜଣାପଡିଛି l ସଙ୍ଗରୋଧ ଇନଚାର୍ଜ ପ୍ରକାଶ ଚନ୍ଦ୍ର ସେଠୀ, ସରପଞ୍ଚ ପ୍ରତିନିଧି ଦୀପକ ନାୟକଙ୍କ ଉପସ୍ତିତିରେ ବିଡ଼ିଓ ଦେବବର ପ୍ରଧାନ ଆସି ସ୍ଥିତି ସମୀକ୍ଷା କରିଥିବା ସୂଚନା ମିଳିଛି l 

LEAVE A REPLY

Please enter your comment!
Please enter your name here