ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୬ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଦାନ କଲେ ଗୋଲାପୋଡା ପଂଚାୟତ ବାସୀ

0
326

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ମୁକାବିଲା କୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାର ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫଳରେ ଏଭଳି ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି। ଏହି କର୍ମ ରେ ଆଜି ଗୋଲାପୋଡା ପଂଚାୟତ ର ଗୋଲାପୋଡା, ଗୋପୀନାଥପୁର,ହରିପୁର,ନୂଆ ମହୁଲିଆ, ଶ୍ରଦ୍ଧାପୂର,ସାଦରା,ଖପ୍ରରା ଗ୍ରାମ ବାସୀ ମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୬୦୨୨ଟଙ୍କା ବିଡ଼ିଓ ଅନିଲ କୁମାର ସେଠୀ ଙ୍କ ମାଧ୍ୟମରେ ରେ ପ୍ରଦାନ କରିଛନ୍ତି। ଏହି ଅର୍ଥ ରାଶି ପ୍ରଦାନ ବେଳେ ରମାରଞ୍ଜନ ମଳିକ,ବାଳକୃଷ୍ଣ ଗୁରୁ,ଗୋବିନ୍ଦ ଚନ୍ଦ୍ର ପାଳ ଓ ବାଳକୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here