ପିପିଇ କିଟ ପିନ୍ଧି ରୋଗୀଙ୍କୁ ସାକ୍ଷାତ କଲେ ଉପଜିଲ୍ଲାପାଳ

0
336

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ଭଞ୍ଜନଗର ରେ ଥିବା ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଛନ୍ତି | ଆଜି ମଧ୍ୟାହ୍ନରେ ନିଜେ ଉପଜିଲ୍ଲାପାଳ ପିପିଇ କିଟ ପରିଧାନ କରି ଡିସିଏଚସି ଭର୍ତ୍ତି ହେଇଥିବା ରୋଗୀ ମାନଙ୍କ ସହ ଆଲୋଚନା କରିଛନ୍ତି | ରୋଗୀଙ୍କ ସହ ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟ,ପାନୀୟ, ଔଷଧ, ଚିକିତ୍ସା ଆଦି ଆଲୋଚନା କରିଛନ୍ତି | ରୋଗୀ ମାନେ ଚିକିତ୍ସା, ସ୍ୱଚ୍ଛତା, ଖାଦ୍ୟ ଆଦି ସେବାରେ ସନ୍ତୁଷ୍ଟି ପ୍ରକାଶ କରିଥିବା କଥା ଉପଜିଲ୍ଲାପାଳଙ୍କୁ କହିଛନ୍ତି | ଉପଜିଲ୍ଲାପାଳ ରୋଗୀ ମାନଙ୍କ ମନ ବଳ ଦୃଢ କରିବା ସହ କିଛି ବି ସମସ୍ୟା ଆସିଲେ ତୁରନ୍ତ ଡାକ୍ତରଙ୍କ ଜଣେଇବା ନିମନ୍ତେ ପରାମର୍ଶ ଦେଇଛନ୍ତି | ମନକୁ ଯଦି ଦୃଢ଼ ରଖିବା ଏବଂ ସକରାତ୍ବ୍ମକ ଚିନ୍ତା କରିବା ତେବେ ନିଶ୍ଚିତ ଭାବେ ବହୁତ ଯଦି ସୁସ୍ଥ ହୋଇ ଘରକୁ ଫେରିବା ବୋଲି ଦୃଢ଼ତା ସହ କହିଛନ୍ତି | ନିୟୋଜିତ ଥିବା ଡାକ୍ତର ମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ମନଭାବକୁ ପ୍ରଶଂସା କରିଛନ୍ତି | ଏବେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେଥିପାଇଁ ନିଜେ ନିଜେ ସଚେତନ ହେବାକୁ ପଡିବ ଏବଂ ଲକଡାଉନ, ସଟ ଡାଉନ ନିୟମ କୁ ଯଦି ଆମେ ଠିକ ଭାବେ ମାନିବ ତେବେ ଦ୍ରୁତ କୋଭିଡ ସଂକ୍ରମଣ ଚେନ କୁ ରୋକା ଯାଇ ପାରିବ ବୋଲି ଉପଜିଲ୍ଲାପାଳ ଜନସାଧାରଣ ଉଦ୍ୱେଷରେ କହିଛନ୍ତି |

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here