କୋଦଳା ଠାରେ ଆରସିଏମ ଗ୍ରୋସରୀ କାଉଣ୍ଟର ଉଦଘାଟିତ

0
668

କୋଦଳା(ନ୍ୟୁଜଏକ୍ସଟ୍ରା/ସୂର୍ଯ୍ୟ ନାରାୟଣ ଷଢଙ୍ଗୀ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୋଦଳା ଏନଏସି ସ୍ଥିତ ଏସବିଆଇ ଶାଖା ନିକଟରେ ସାମାଜିକ ଦୂରତା ବଜାୟ ରଖି ନୂତନ ଭାବେ ଏକ ଆରସିଏମ ଗ୍ରୋସରୀ ଦୋକାନ ଉଦଘାଟିତ ହୋଇଯାଇଛି l ବ୍ରହ୍ମପୁର ଆରସିଏମ ଅଧିକାରୀ ସୂର୍ଯ୍ୟ ନାରାୟଣ ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ପ୍ରତି କରୋନା ସଂକ୍ରମଣ ଜନିତ ଲକ ଡାଉନ ଯୋଗୁଁ ବଜାରରେ  ସୀମିତ ଦୋକାନ ଖୋଲାଯାଇଛି ଏବଂ କିଛି କିଛି ଦୋକାନରେ ଚଢ଼ାଦରରେ ଜିନିଷ ମିଳୁଥିବାର ଅଭିଯୋଗ ଆସୁଛି l ଏପରି ସ୍ଥଳେ ଆରସିଏମ କାଉଣ୍ଟର ଲୋକଙ୍କୁ ସହାୟକ ହୋଇପାରିବ ବୋଲି ଶ୍ରୀ ଷଢଙ୍ଗୀ ପ୍ରକାଶ କରିଛନ୍ତି l ଆରସିଏମ ଏକ ଡାଇରେକ୍ଟ ସେଲିଙ୍ଗ କମ୍ପାନୀ ହୋଇଥିବାରୁ ଏଠାରୁ କିଣୁଥିବା ଗ୍ରାହକଙ୍କୁ ଧାର୍ଯ୍ୟ ମୂଲ୍ୟ ଠାରୁ 10ରୁ 20ପରସେଣ୍ଟ ଯାଏଁ ରହାତି ମିଳିବା ବ୍ୟବସ୍ଥା ରହିଛି ଏବଂ କିଣା ମୂଲ୍ୟ ଉପରେ ମଧ୍ୟ କିଛି କମିଶନ ମିଳିବାର ସୁବିଧା ରହିଛି l ଆଜି କିଛି ଗ୍ରାହକ ଜିନିଷ କ୍ରୟ କରି ଖୁସି ପ୍ରକାଶ କରିବା ଦେଖାଦେଇଥିଲା l 

        ଉଦଘାଟନୀ ଉତ୍ସବରେ ଜଗନ୍ନାଥ ପ୍ରଧାନ, ନରେନ୍ଦ୍ର ନାଥ ଗୌଡ଼, ଭଞ୍ଜ କିଶୋର ମହାରଣା, ଜୁମର ଭାଇ, ପ୍ରହଲ୍ଲାଦ ଗୌଡ଼ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l 

LEAVE A REPLY

Please enter your comment!
Please enter your name here