ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ; ଦୁଇଜଣ ଗିରଫ

0
505

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):- ଆଜି ଦିନ ୧୦ଟା ସମୟରେ ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ନିଧିଆପଲି ଛକ ନିକଟରେ ଏକ ହୋଣ୍ଡା ବାଇକ ସହ ୨୦ଲିଟର ଦେଶୀ ରନ୍ଧା ମହୁଲି ଜବତ କରାଯାଇଛି। ଏଥିସହିତ ଏହି ଘଟଣା ରେ ଅବକାରୀ ବିଭାଗ ପକ୍ଷରୁ ୨ ଜଣ ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ମହୁଲି ଧରି ମୁଜାଗଡ଼ ଅଭିମୁଖେ ଆସୁଥିବା ବେଳେ ଅବକାରୀ ବିଭାଗ ସେମାନେ ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ମୁଜାଗଡ଼ ଗ୍ରାମର କାକି ପ୍ରଧାନ ଓ ଚିତ୍ତରଞ୍ଜନ ସ୍ୱାଇଁ। ଏ ନେଇ ଭଞ୍ଜନଗର ଅବକାରୀ ଥାନାରେ କେସ ନମ୍ବର ୧୫/୨୦ ମାମଲା ରୁଜୁ କରାଯାଇଛି ଥିବା କହିଛନ୍ତି ଅବକାରୀ ଓଆଇସି ପାର୍ଥସାରଥୀ ରାଉତ। ଏହି ଚଢ଼ାଉ ରେ ଶିବ ଶଙ୍କର ଜେନା,N.ତ୍ରିପତି ରାଓ , ଜଗନ୍ନାଥ ମହାପାତ୍ର,କୃଷ୍ଣଚନ୍ଦ୍ର ସେଠୀ ଓ ସନାତନ ନାହାକ ପ୍ରମୁଖ ଚଢ଼ାଉ ରେ ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here