ବାଇକ ଦୃଘଟଣାରେ ଜଣେ ମୃତ ଓ ଜଣେ ଆହତ

0
455

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ଭେଜିପୁଟ-କଞ୍ଚଣା ପୂର୍ତ୍ତ ରାସ୍ତାର ପଥୁରୀନାଳ ବାଙ୍କରେ ବୁଧବାର ଦିନ ଏକ ବାଇକ ଦୃଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ବ୍ଲକର ମୁଣ୍ଡୁଳା ଗ୍ରାମର ସନ୍ୟାସୀ ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ(40) ତାଙ୍କ ସାଙ୍ଗ ପ୍ରଦୀପ ଗୌଡ଼ଙ୍କୁ ନେଇ ନିଜ ବାଇକ ଯୋଗେ (OD07R0166) ଖଲ୍ଲିକୋଟ ବ୍ଲକର ତୋଟା ଗାଁରେ ରାଜୁର ଭଉଣୀଙ୍କୁ ଭାର ଦେଇ ଗାଁକୁ ଫେରୁ ଥିବା ବେଳେ ପଥୁରୀନାଳ ବାଙ୍କରେ ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲେ।ସ୍ଥାନୀୟ ଲୋକଙ୍କ ସହାୟତା ଖଲ୍ଲିକୋଟ ମେଡ଼ିକାଲକୁ ନେବା ପରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here