ଲକ ଡାଉନ : ଆଜି ପୁଣି ଦେଶ ଉଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

0
461

ନୂଆଦିଲ୍ଲୀ :ଲକ ଡାଉନ 4.0 କୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପୁଣି ଦେଶ ଉଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାତି ୮ଟା ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ନେଇ ସୂଚନା ମିଳିଛି l  ଦେଶରେ ବର୍ତମାନ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କର ଦେଶବାସୀଙ୍କୁ ଏହା ଚତୁର୍ଥ ସମ୍ଭୋଧନ ହେବ । ତେବେ ଏହିଭଲି ମାରାତ୍ମକ କରୋନା ଭାଇରସ ପରି ଜଟିଳ ସମୟରେ କେନ୍ଦ୍ର ସରକାରଙ୍କ କଣ କଣ ପଦେକ୍ଷପ ରହିବ ସେ ବିଷୟରେ କିଛି ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି । ତେବେ ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧନ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦେଶରେ କରୋନା ଜନିତ ଲକ୍‌ଡାଉନ୍‌ ଜାରି ରହିଛି । ମାର୍ଚ୍ଚ ୨୫ରେ ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା । ଯାହାକି ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରାଯାଇଥିଲେ । ଦେଶରେ ଲକ୍‌ଡାଉନ୍‌ ତୃତୀୟ ପର୍ଯ୍ୟାୟ ଜାରି ରହିଛି । ଏବେ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଚାଲୁରହିଛି । ଯାହାକି ମେ ୧୭ରେ ଶେଷ ହେବାକୁ ଯାଉଛି । କିନ୍ତୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବା ପୂର୍ବରୁ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏବଂ ରାଜ୍ୟମାନଙ୍କ କରୋନା ସ୍ଥିତି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ତେବେ ଗତକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ହୋଇଥିବା ବୈଠକରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ଜଣାଇଥିଲେ । ବହୁ ରାଜ୍ୟ ମଧ୍ୟ କରୋନା ସ୍ଥିତିକୁ ଦେଖି ନିଜ ନିଜ ରାଜ୍ୟରେ ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିସାରିଛନ୍ତି ।ତେବେ ପ୍ରଧାନମନ୍ତ୍ରୀଙ୍କର ଆଜି ଘୋଷଣାରେ କିଛି କ୍ଷେତ୍ରରେ ଲକ୍‌ଡାଉନ୍‌ କୋହଳ କରାଯାଇପାରେ । ଯେପରି ଗ୍ରୀନ୍‌ ଜୋନ୍‌ ଓ ଅରେଞ୍ଜ ଜୋନ୍‌ ପାଇଁ କିଛି ନିୟମ କୋହଳ କରିପାରନ୍ତି । ସେହିପରି ରେଡ୍‌ ଜୋନ୍‌ରେ କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here