ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ମାନସିକ ଭାରସାମ୍ୟ ହରାଇ ସ୍ଵାମୀଙ୍କ ଆତ୍ମହତ୍ୟା

0
369

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବଡଡୁମ୍ବୁଳା ପଞ୍ଚାୟତ ବୀର ପଦ୍ମନାଭପୁର ଗ୍ରାମର ଏସ୍ . ଦୁର୍ଲଭ ରେଡ୍ଡୀ ରବିବାର ସକାଳେ ନିଜ ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଥିବା ଜଣାପଡିଛି । ଗ୍ରାମ ନିକଟସ୍ଥ ବଣବନ୍ଧ ପୋଖରୀ ହିଡରେ ଥିବା ଏକ ବରଗଛ ଡ଼ାଳରେ ତାଙ୍କ ମୃତଦେହ ଓହଳି ରହିଥିବା କିଛି ବ୍ୟକ୍ତି ଦେଖିବାପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।ତାଙ୍କ ସାନ ଭାଇ ଘରୁ ଦୋୖଡି ଆସି ସେ ବଞ୍ଚିଥିବା ଆଶାରେ ସେଠାରେ ଥିବା କିଛି ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଗଛ ଡାଳରୁ ତଳକୁ ଓହ୍ଲାଇଥିଲେ । ଖବର ପାଇ ଦିଗପହଣ୍ଡି ଥାନା ଏ ଏସ ଆଇ ବି. ଲାଛମେୟା ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବାସହ ଥାନା ଅପମୃତ୍ୟୁ ମାମଲା ନଂ- ୩/୨୦ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଗତ ଶୁକ୍ରବାର ପାରିବାରିକ ଅଶାନ୍ତିକୁ କେନ୍ଦ୍ରକରି ଦୁର୍ଲଭଙ୍କ ସ୍ତ୍ରୀ ଗୌରୀ କୀଟନାଶକ ଖାଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ରବିବାର  ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଶବ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟାରେ ଉଭୟ ମୃତଦେହକୁ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

LEAVE A REPLY

Please enter your comment!
Please enter your name here