ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ

0
542

ରାୟଗଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗତକାଲି ରାତିରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ହାତୀଖମ୍ବ ଗ୍ରାମ ନିକଟରେ ନବରଙ୍ଗପୁର ଜିଲ୍ଲାପାଳ ଡା.ଅଜିତ ମିଶ୍ରଙ୍କ ଇନୋଭା ଗାଡି ସହ ଗୋଟିଏ ମଇଁଷିର ଧକ୍କା ହୋଇଥିଲା । ଦୁର୍ଘଟଣାରେ ଇନୋଭାର ସମ୍ମୁଖ ଭାଗ ଭାଙ୍ଗି ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇ ଥିବା ବେଳେ ଜିଲ୍ଲାପାଳ ଓ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି । ଗତକାଲି ଜିଲ୍ଲାପାଳ ଶ୍ରୀ ମିଶ୍ର ଇନୋଭା ଯୋଗେ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଗସ୍ତ କରୁଥିଲେ । ସନ୍ଧ୍ୟା ୭ଟା ସମୟରେ ହାତୀଖମ୍ବା ଗ୍ରାମ ନିକଟରେ ମଇଁଶିଟି ହଠାତ ଗାଡି ସାମ୍ନାକୁ ଆସିଯିବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ମଇଁଷି ସହ ପିଟି ହୋଇଯାଇଥିଲା । ଗାଡି ଧକ୍କାରେ ମାଇଁଷିର ମୃତ୍ୟୁ ଯୋଗୁଁ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ଆସି କ୍ଷତିପୂରଣ ଦାବି କରିଥିଲେ । ଖବର ପାଇ ଚାନ୍ଦିଲି ପୋଲିସ ସମେତ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରାୟଗଡା ଜିଲ୍ଲାପାଳ ନିଜ ଗାଡ଼ିରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଗୁଣପୁରରେ ଛାଡିବା ପରେ ସେଠାରୁ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ । ମୁକୁନ୍ଦପୁର ଫାଣ୍ଡିରେ ଏ ନେଇ ଷ୍ଟେସନ ଡାଇରୀ ଏଣ୍ଟ୍ରି ହୋଇଥିବା ଚାନ୍ଦିଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here