ପ୍ରବାସୀ ଓଡିଆଙ୍କୁ ଦୁର୍ବ୍ୟବହାର କରି ଶିକ୍ଷକ ନିଲମ୍ବିତ

0
383

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଫେରନ୍ତା ଓଡ଼ିଆ ମାନଙ୍କୁ ଦାୟିତ୍ଵରେ ରହିଥିବା ଶିକ୍ଷକ ଗତକାଲି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବେଳେ ରବିବାର ଦିନ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ରାଜ୍ୟରେ କରୋନା ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କୁ ରାଜ୍ୟ ସରକାର ଟ୍ରେନ କିମ୍ବା ବସ୍ ଯୋଗେ ଫେରାଇ ଆଣି ଦିଗପହଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ । ସେମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ଅଫିସର , ଶିକ୍ଷକ ମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି । ଶନିବାର ଦିନ ଦାୟିତ୍ବରେ ରହିଥିବା ଶିକ୍ଷକ ବିଶ୍ବନାଥ ପ୍ରଧାନ ନିଶାସକ୍ତ ଅବସ୍ଥାରେ ପ୍ରବାସୀମାନଙ୍କୁ ଗାଳିଗୁଲଜ କରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ତେବେ ଘଟଣାପରେ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ପ୍ରଧାନ ଦିଗପହଣ୍ଡି ବିଡ଼ିଓ ହଳଧର ଶବର , ବିଇଓ ବସନ୍ତ ପଣ୍ଡା ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଥିଲେ । ଘଟଣାପରେ ଉକ୍ତ ନିଶାସକ୍ତ ଶିକ୍ଷକ ଜଣକୁ କେ. ନୂଆଗାଁ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ରବିବାର ଦିନ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶନାରେ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଚିଠି ନଂ ୭୨୮/୨୦୨୦ ଅନୁସାରେ ଶିକ୍ଷକ ବିଶ୍ୱଜିତ ପ୍ରଧାନଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here