ଆବଳ ବୃଦ୍ଧ ବନିତାଙ୍କ ହାତ ଧୁଆଇ ସାନିଟାଇଜ କରାଇ ସଚେତନତା ସୃଷ୍ଟି କରୁଛନ୍ତି ମୌଲାଭଣଞ୍ଜା ସରପଞ୍ଚ ପ୍ରତିନିଧି

0
386

ସନଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ମିଳିବା ପରେ ପୂର୍ବାପେକ୍ଷା ଆଗ୍ରହ ଜନ୍ମିଥିବା ଆଭାସ ମିଳିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଲାଭଣଞ୍ଜା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ଦଳବେହେରା ଏବଂ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟନାରାୟଣ ଦଳବେହେରା ଗାଁ ରେ ସାହି ପଡୋଶୀ ମାନଙ୍କୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦେବା ସହିତ ନିଜେ ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ହାତ ସାନିଟାଇଜରରେ ଧୋଇବାକୁ ସାନିଟାଇଜର ବାଣ୍ଟୁଥିବା ଦେଖିବାକୁ ମିଳିଛି। ସେହିପରି ସରକାର ଏବଂ ଜିଲା ପ୍ରଶାସନର ସମସ୍ତ ପଦକ୍ଷେପକୁ ସ୍ୱାଗତ ଜଣାଇବା ସହିତ ନିଜେ ଘରେ ସୁରକ୍ଷିତ ଭାବେ ନିରାପଦ ଭାବେ କିଭଳି ରହିବା ସେଥିପାଇଁ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here