ଡାକ୍ତରଙ୍କ କାନ ଛିଣ୍ଡାଇଦେଲେ ପ୍ରସୂତିଙ୍କ ସମ୍ପର୍କୀୟ

0
736

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସହରର ଏମକେସିଜି ମେଡ଼ିକାଲରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।ସୂଚନା ଅନୁଯାୟୀ, ଜଣେ ରୋଗୀଙ୍କ ସ୍ୱାମୀ ପ୍ରସୂତି ବିଭାଗର ଜଣେ ଡାକ୍ତରଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ତାରିଣୀ ମହାପାତ୍ର ଏବଂ ଆକ୍ରମଣ ଗ୍ରସ୍ତ ଡାକ୍ତର ହେଲେ ଶଖିଲ ଖାନ। ଲେବର ରୁମ୍ ଭିତରକୁ ପ୍ରବେଶ ଅନୁମତି ନ ମିଳିଥିବାରୁ ତଥା ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଥିବାରୁ ପ୍ରସୂତୀଙ୍କ ସ୍ୱାମୀ ଏପରି କରିଥିବା ଜଣାପଡ଼ିଛି । ଏ ନେଇ ଡାକ୍ତର ସ୍ଥାନୀୟ ବୈଦ୍ୟନାଥ ପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ଏସଡ଼ିପିଓ ବିଷ୍ଣୁ ପତି ପହଞ୍ଚି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛନ୍ତି । ଡାକ୍ତରଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here