ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ

0
240

ବ୍ରହ୍ମପୁର: ଆଜି ସ୍ଥାନୀୟ ଭି.ଭି.ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଦଶମ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ବୈଜ୍ଞାନିକ ବିଲଟନ ଓ ଆର୍ଟମେସିସଙ୍କ ଆବିଷ୍କାର ସମନ୍ଧୀୟ ସୂଚନା ଦେଇ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଅନୁରାଗୀ ମନବଳ ବୃଦ୍ଧି ହେବା ପାଇଁ ପ୍ରେରଣା ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ.ସିଦ୍ଧେଶ୍ବର ବଳୀରାମ ବୋନ୍ଧର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଵିନତୀ ସେନାପତି କାର୍ଯ୍ୟକ୍ରମର ସଭାପତିତ୍ବ କରି ପରିଚାଳନା କରିଥିଲେ l
ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଆଜି ଓ ଆସନ୍ତା କାଲି ପ୍ରଯ୍ୟନ୍ତ ଚାଲୁ ରହିବ l ଏହି ବିଜ୍ଞାନ ପ୍ରଦର୍ଶନ ମେଳାରେ ଜିଲ୍ଲାର 22 ଗୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି କର୍ପୋରେସନର 80 ପ୍ରକଳ୍ପ ପ୍ରଦର୍ଶୀତ ହୋଇଛି l ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ଅଧ୍ୟାୟନ, ବିଜ୍ଞାନ କୁଇଜ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା କାଲି ଉଦଯାପନ ଉତ୍ସବରେ ପ୍ରମାଣ ପାତ୍ର ଦେଇ ପୁରସ୍କୃତ କରାଯିବ l

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଓ ରାଜେଶ କୁମାର ପ୍ରଧାନ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ,ଭି.ଭି.ଗିରି ସରକାରୀ ମହିଳା ପ୍ରଶିକ୍ଷଣ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅରାତୀ ବାଳା ପଟନାୟକ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ କ୍ଷେତ୍ରମୋହନ ଦୟାଲ ସେକେଣ୍ଡାରୀ ସ୍କୁଲର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଡ଼ଃ ସତୀଶ ପ୍ରସାଦ ନାୟକ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଓ ରବୀନ୍ଦ୍ରନାଥ ଜେନା ଯୋଗ ଦେଇଥିଲେ l ଶେଷରେ ରଙ୍ଗେଈଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଦେଇଥିଲେ l

LEAVE A REPLY

Please enter your comment!
Please enter your name here