ଚାରିଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨୩ ଜଣ

0
347

ବୁଗୁଡା(ନ୍ୟୁଜ ଏକ୍ସଟ୍ରା/ସ୍ୱରୂପ ସୁମନ ମହାରଣା): ବୁଗୁଡା ବ୍ଲକର ନଗୁଡୁ ହାଇ ସ୍କୁଲ, ଭୋଗଡା ପ୍ରାଇମେରୀ ସ୍କୁଲ, ମଙ୍ଗରାଜପୁର ପ୍ରାଇମେରୀ ସ୍କୁଲ ଓ ପାଙ୍ଗିଡ଼ି ୟୁ.ପି.ସ୍କୁଲ ର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧୦ ଜଣ ସୁରାଟ ଫେରନ୍ତା ଓ ୧୩ ଜଣ ଭୁବନେଶ୍ୱର ଫେରନ୍ତା, ଏହିପରି ମୋଟ ୧୨୪ ଜଣଙ୍କ ଡାକ୍ତରୀ ପରୀକ୍ଷା ପରେ ସଙ୍ଗରୋଧରେ ରହିଥିବା ଜଣାପଡିଛି। ନଗୁଡୁରେ ଥିବା ୩୫ ଜଣ ସୁରତ ଫେରନ୍ତା, ମଙ୍ଗରାଜପୁର ରେ ଥିବା ୧୧ ଜଣ ସୁରାଟ ଫେରନ୍ତା ଓ ଭୋଗଡାରେ ଥିବା ୧୩ ଜଣ ଭୁବନେଶ୍ୱର ଫେରନ୍ତାଙ୍କ ଡାକ୍ତରୀ ପରୀକ୍ଷା ମାଣିତରା କରୁଣା ଟ୍ରଷ୍ଟ ପରିଚାଳିତ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ରାମ ଚନ୍ଦ୍ର ମିଶ୍ର ଓ ଟେକିନିସିଆନ କାଳୀ ପ୍ରସାଦ ସାହୁ ଙ୍କ ଦ୍ୱାରା ହୋଇଥିବାବେଳେ ମକରାପଲ୍ଲୀର ସ୍କୁଲରେ ପୂର୍ବରୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବ୍ୟକ୍ତି ମାନଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲେ।ସେହିପରି ସୁରାଟରୁ ଫେରିଥିବା ୪୫ ପୁରୁଷ ଓ ୧୯ ମହିଳା,ମୋଟ ୬୪ ଜଣଙ୍କ ଡାକ୍ତରୀ ପରୀକ୍ଷା ପରେ ପାଙ୍ଗିଡ଼ି ୟୁ.ପି. ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆର.ବି.ଏସ.କେ. ଟିମର ଡାକ୍ତର ପଦାରବିନ୍ଦ ଷଡଙ୍ଗୀ ଓ ଡାକ୍ତର ଚିନ୍ମୟୀ ସାମନ୍ତରା ଦ୍ୱାରା ଡାକ୍ତରୀ ପରୀକ୍ଷା ହେବାସହ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତେ ୨୧ ଦିନ ପାଇଁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here