କହ୍ନେଇପୁର ଗ୍ରାମ ନିକଟରେ ବାଇକ ଦୁର୍ଘଟଣା : ଦୁଇ ଗୁରୁତର

0
276

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) : ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମ ନିକଟରେ ଦୁଇ ବାଇକ୍ ଧକାରେ ଦୁଇ ଚାଳକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ରାତି ୮ ଟା ସମୟରେ କନ୍ଦିଗାଁ ରୁ କହ୍ନେଇପୁର ଅଭିମୁଖେ ଯାଉଥିବା ଏକ ବାଇକ ବିପରିତ ଦିଗରୁ ଆସୁଥିବା ବାଇକ ସହ କହ୍ନେଇପୁର ଗ୍ରାମ ନିକଟରେ ଧକ୍କା ହେବା ଫଳରେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଜଣେ ମହେଶ୍ବରପୁର ଗ୍ରାମର ଗନ୍ତେଇ ପାହନଙ୍କ ପୁଅ ସୁଶାନ୍ତ ପାହାନ ଓ ଅନ୍ୟଜଣକ ହେଲେ କନ୍ଦିଗାଁ ଗ୍ରାମର ଭିକାରୀ ସେଠୀଙ୍କ ପୁଅ ଦେବିପ୍ରସାଦ ସେଠୀ ବୋଲି ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here