୧୬ ପ୍ରବାସୀଙ୍କ ଉପରେ ମାଡ଼ିଗଲା ଟ୍ରେନ ; ମହାରାଷ୍ଟ୍ରରୁ ଚାଲିଚାଲି ଗାଁକୁ ଫେରିବା ବାଟରେ ଥକିପଡ଼ି ଟ୍ରାକରେ ଶୋଇଥିଲେ l 

    0
    286

    ଭୁବନେଶ୍ୱର :ସାରାଦେଶ ଏବେ କରୋନା ପାଇଁ ଚିନ୍ତିତ ଥିଲାବେଳେ ବିଭିନ୍ନ ସ୍ଥାନରେ ଲଗାତାର ଦୁର୍ଘଟଣା ଘଟିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି l ଶୁକ୍ରବାର ଦିନ ମହାରାଷ୍ଟ୍ର ଔରଙ୍ଗାବାଦରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲବାହି ଟ୍ରେନ୍ ମାଡିଯାଇ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି । ଔରଙ୍ଗାବାଦ ନାନ୍ଦେଡ ଡିଭିଜନର ବଦନାପୁର ଓ କର୍ମାଡ ଷ୍ଟେସନ ମଝିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସକାଳ ପ୍ରାୟ ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଛି ।

    ସୂଚନା ଅନୁଯାୟୀ ଏମାନେ ସମସ୍ତେ ମଧ୍ୟପ୍ରଦେଶର ଓ ଜଲନାରେ ଥିବା ଏକ ଷ୍ଟିଲ କାରଖାନାରେ କାମ କରୁଥିଲେ । ଗୁରୁବାର ଔରଙ୍ଗାବାଦରୁ ଘରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଛାଡି ଥିଲା । ଏହି ଟ୍ରେନରେ ଗାଁକୁ ଫେରିବା ପାଇଁ ସେମାନେ ଜଲନାରୁ ଗତକାଲି ବାହାରିଥିଲେ । ହେଲେ, ଜାତୀୟ ରାଜପଥରେ ଗଲେ ପୋଲିସ ଅଟକାଇବାର ଭୟ ଥିବାରୁ ଟ୍ରେନ୍ ଲାଇନରେ ସେମାନେ ଚାଲିଥିଲେ । ରାତିରେ କିଛି ସମୟ ବିଶ୍ରାମ ନେବା ପାଇଁ ଟ୍ରେନ୍ ଟ୍ରାକରେ ଶୋଇଯାଇଥିଲେ । ହେଲେ ରାତି ପାହିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ । ନାନ୍ଦେଡ ରୁ ମନମଦକୁ ପେଟ୍ରୋଲ ଓ ଡିଜେଲ ନେଇ ଟ୍ରେନଟି ଯାଉଥିଲା ।ଔରଙ୍ଗାବାଦ ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମସ୍ତ ପ୍ରକାର ସହାୟତା ପାଇଁ ପଦକ୍ଷେପ ନିଆଯାଉଛି । ରେଳମନ୍ତ୍ରୀଙ୍କ ସହ ଦୁର୍ଘଟଣା ସମ୍ପର୍କରେ କଥା ହୋଇଛି । ଘଟଣା ଉପରେ ରେଳମନ୍ତ୍ରୀ ନଜର ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି l

    LEAVE A REPLY

    Please enter your comment!
    Please enter your name here