କିରୋସିନି ଢାଳି ଯୁବତୀ ଙ୍କ ଆତ୍ମହତ୍ୟା ଉଦ୍ୟମ

0
560

ଭଞ୍ଜନଗର(ନ୍ୟୁଜ ଏକ୍ସଟ୍ରା/ନିଲୁ ବିଶୋଇ):କିରୋସିନି ଢାଳି ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇସାହି ରେ । ଲଣ୍ଡେଇସାହି ଦିଲ୍ଲୀପ ରାୟଗୁରୁ ଙ୍କ ଝିଅ ସୁଭସ୍ମିତା ରାୟଗୁରୁ (୨୦) ରୋଷେଇ ଘରେ ଥିବା କିରୋସିନି ଆଣି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ। ହେଲେ ସୁଭସ୍ମିତା ଙ୍କ ଶରୀରର ୯୦ ଭାଗ ଅଙ୍ଗ ପୋଡି ହୋଇଯାଇଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ସୁଭସ୍ମିତା ପାରିବାରିକ କଳହ ରୁ ଏପରି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here