ସରକାରୀ ସହାୟତା ନପାଇ ଗାଁ ରାସ୍ତା କୁ ଓହ୍ଲାଇଲେ ମହିଳା

0
423

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ରାସନକାର୍ଡ ନଥିବା କାରଣରୁ କୈଣସି ସରକାରୀ ସହାୟତା ପାଇପାରୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଏହି ମହାମାରି କରୋନା ସମୟରେ ଘରୁ ପାଦ କାଡିଛନ୍ତି ଶତାଧିକ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଛାମୁଣ୍ଡା ପଞ୍ଚାୟତରେ । ଏହି ପଞ୍ଚାୟତର ୧୩ନଂ ୱ।ର୍ଡ ଚୋପରା ଗ୍ରାମର ମହିଳା ମାନେ ଆଜି ସାମାଜିକ ଦୁରତ୍ୱ ଅବଲମ୍ବନ କରି ସମସ୍ତେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ । ସେମାନେ ଗରିବ ଶ୍ରେଣୀ ର ହୋଇଥିଲେ ମଧ୍ୟ ରାଜନୈତିକ ମନୋଭାବ ରଖି ସେମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇନଥିବା ଏବଂ ସ୍ୱାମୀ ମାନେ ଦାଦନ ପାଇଁ ବାହାର ରାଜ୍ୟରେ ଥିବା ବେଳେ ଏମାନଙ୍କୁ ଖାଇବା କୁ ମିଳୁନଥିବା ସେମାନେ ପ୍ରକାଶ କରିଛନ୍ତି । ସରକାରୀ ସହାୟତା ଓ ରାସନକାର୍ଡ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।
ଶେଷରେ ବ୍ଳକ ବିଡ଼ିଓ ଜଗନ୍ନାଥପ୍ରସାଦ ପୁଲିସ , ପଞ୍ଚାୟତ ପିଇଓ, ସରପଞ୍ଚ ପ୍ରମୁଖ ପହଞ୍ଚି ମହିଳା ଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ତେବେ ମହିଳା ମାନଙ୍କ ସମସ୍ୟାର ସମାଧାନ ହୋଇପାରି ନାହିଁ । ତୁରନ୍ତ ଏହାର ସମଧାନ କରାନଗଲେ ଆଗାମୀ ଦିନରେ ଏହାକୁ ନେଇ ବଡଧରଣର ଆନ୍ଦୋଳନ ହେବ ବୋଲି ମହିଳା ମାନେ ବିଡ଼ିଓ ଙ୍କୁ ଜଣାଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here