କରୋନା ମୁକାବିଲାର ସମୀକ୍ଷା କଲେ କବିସୂର୍ଯ୍ୟନଗର ବିଧାୟିକା

0
409

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା /ଭଞ୍ଜ କିଶୋର ମହାରଣା) : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଗୁରୁବାର ଦିନ କୋଦଳା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ଠାରେ ସ୍ଥାନୀୟ ତହସିଲଦାର, ବି ଡି ଓ, ଥାନା ଅଧିକାରୀ, ମେଡିକାଲ ଅଫିସର, ଏନଏସି ଅଧିକାରୀ ମାନଙ୍କୁ ନେଇ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସମୀକ୍ଷା କରିଥିଲେ। ସମସ୍ତ NAC ଓ ମାର୍କେଟ ଅଞ୍ଚଳରେ ସାନିଟାଇଜେସନ, ସମସ୍ତ ପଂଚାୟତର କୂପ ,ମଣ୍ଡପ,ସର୍ବସାଧାରଣ ବ୍ୟବହୃତ ସ୍ଥାନରେ ବ୍ଲିଚିଙ୍ଗ ବିଶୋଧନ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ |ଲକ ଡାଉନକୁ କଡାକଡି ପାଳନ କରିବା ସହ ଯେକୌଣସି ସମୟରେ କରୋନା ମୁକାବିଲା ପ୍ରସ୍ତୁତ ରହିବା କୁ କହିଥିଲେ।ଏଥିସହିତ କେତେକ ସଙ୍ଘରୋଧ କକ୍ଷ ବୁଲି ଦେଖିଥିଲେ।

LEAVE A REPLY

Please enter your comment!
Please enter your name here