କାର୍ଯ୍ୟକାରୀ ହେଲା ସାମାଜିକ କର୍ମୀଙ୍କ ମତାମତ।

0
424

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା): “ଆମ ଖବରର ପ୍ରଭାବ” କରୋନାର ମୁକାବିଲା ପାଇଁ ବିଶ୍ବ ସଂଘର୍ଷ କରୁଥିବା ବେଳେ ଏଥିରୁ ବାଦ ପଡିନି ଆମ ଦେଶ ଓ ରାଜ୍ୟ। ପ୍ରବାସୀ ଓଡ଼ିଆ ମାନଙ୍କ ଅସୁବିଧା ଓ ଅନୁରୋଧକୁ ରକ୍ଷା କରି ରାଜ୍ୟ ସରକାର ସେମାନଙ୍କୁ ଘର ବାହୁଡା ପାଇଁ ଅନୁମତି ଦେବା ପରେ ପ୍ରଶାସନର ମୁଣ୍ଡ ବଥାର କାରଣ ସୃଷ୍ଟି ହେଲା। ଆଗାମୀ ପରିସ୍ଥିତିକୁ ଲକ୍ଷ୍ୟ କରି ଗୁଜରାଟର ପ୍ରଥମ ଓଡ଼ିଆ ଖବରକାଗଜର ସଂପାଦକ ତଥା ମୂଖ୍ୟ ପରିଚାଳକ ଏବଂ ଓଡ଼ିଶାର ଜଣେ ପରିଚିତ ଆଗଧାଡିର ସାମାଜିକ କର୍ମୀ ,ଗଞ୍ଜାମ ଜିଲ୍ଲାର ଖଲିକୋଟ ବାସିନ୍ଦା ଅଶୋକ କୁମାର ତ୍ରିପାଠୀ ଏନେଇ ମୂଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଯଦି ବାହାର ରାଜ୍ୟ ଫେରନ୍ତା ମାନଙ୍କୁ ନିଜ ଗ୍ରାମରେ ସଂଗରୋଧ ରଖାଯାଏ , ତେବେ ସେମାନେ ନିଜ ପରିବାର, ସାଙ୍ଗ ସାଥି ଓ ସଂପର୍କୀୟ ମାନଙ୍କ ସହ ପରଷ୍ପର ମିଶିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ସାଥିରେ ଆଣି ଥିବା ଜିନିଷ ପତ୍ର ଲେଣଦେଣ ମଧ୍ୟ ହୋଇପାରେ। ଯଦି ବ୍ୟକ୍ତି କରୋନା ଆକ୍ରାନ୍ତ ଥିବେ ,ତେବେ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜ ଗ୍ରାମରେ କ୍ବାରେଣ୍ଟାଇନରେ ନରଖି ଅନ୍ୟତ୍ର ରଖିବା ପାଇଁ ନିଜର ମତାମତ ଦେଇଥିଲେ। ତାଙ୍କ କହିବାର ଉଦ୍ଦେଶ୍ୟ ଜଣେ ସଚେତନ ନାଗରିକ ଭାବରେ ମତାମତ ଆମର ,ବିଚାର ସରକାରଙ୍କର। ଏକ ସୁସ୍ଥ ଓ ସୁରକ୍ଷିତ ଓଡିଶା ଆମର ଲକ୍ଷ୍ୟ। ପରବର୍ତ୍ତୀ ସମୟରେ ବିଭିନ୍ନ ଫୋରମରେ ଆଲୋଚନା ହେବାର ଦେଖିବାକୁ ମିଳିଥିଲା ଓ ଏହି ମତାମତକୁ କାର୍ଯ୍ୟକାରୀ ହେବାର ଦେଖି ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here