ଡିଆଇଜି ଓ ଏସପି ମିଳିତ ଭାବେ ଆନ୍ତଃରାଜ୍ୟ ଫାଟକର ସ୍ଥିତି ଅନୁଧ୍ୟାନ କଲେ

0
395

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ଗିରିସୋଲା ଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ହୋଇଥିବା ଆନ୍ତଃରାଜ୍ୟ ତନଖି ଫାଟକର କାର୍ଯ୍ୟକଳାପ ଅନୁଧ୍ୟାନ କରିଛନ୍ତି । ପ୍ରବାସୀ ଓଡ଼ିଆମାନେ ପଞ୍ଜିକରଣକରି ନିଜ ନିଜ ଗ୍ରାମକୁ ଫେରୁଥିବା ବେଳେ ସେମାନଙ୍କୁ ଯାଞ୍ଚ କରିବା ପାଇଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗିରିସୋଲା ଠାରେ ଏକ ଅସ୍ଥାୟୀ ତନଖି ଫାଟକ ତିଆରି କରାଯାଇଛି ।ଜିଲ୍ଲା ପରିବହନ ବିଭାଗ ଓ ବ୍ରହ୍ମପୁର ପୋଲିସ ମିଳିତ ଭାବରେ ଏଠାରେ ଓଡ଼ିଶା ଭିତରକୁ ପ୍ରବେଶ କରୁଥିବା ପ୍ରବାସୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଯାତାୟାତ ପାଇଁ ଜରୁରୀ କାଗଜପତ୍ର ଯାଞ୍ଚ କରୁଛନ୍ତି । ଠିକ ଭାବରେ ଏବଂ କମ ସମୟରେ ଯାଞ୍ଚ କରି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଅନୁମତି ଦେବା ଉପରେ ପ୍ରାଧାନ୍ୟଦେଇ କାର୍ଯ୍ୟ କରିବାକୁ ଡିଆଇଜି ଏଠାରେ କାର୍ଯ୍ୟ କରୁଥିବା ପୋଲିସ,ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ପରାମର୍ଶ ଦେବା ସହ ସମଦୂରତା ରକ୍ଷାକରି ନିଜକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କହିଥିଲେ । ଏହି ଗସ୍ତ ସମୟରେ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର,ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କ ସହ ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here