ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ; ଦେଶୀ ମଦ ଜବତ ଓ ପୋଚ ନଷ୍ଟ

0
355

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ସମ୍ପାଦକ ପ୍ରଣୟ ପଣ୍ଡା) : କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ ଡାଉନ୍ ସମୟରେ ମଦ ଦୋକାନ ବନ୍ଦ କରାଯାଇ ମଦ ବ୍ୟବସାୟ ଉପରେ କଟକଣା ଲାଗିଥିଲେ ମଧ୍ୟ ବହୁ ଜାଗାରେ ଚୋରା ମଦ କାରୋବାର ଚାଲୁ ରହିଛି । ଫଳରେ ଅବକାରୀ ବିଭାଗ ବିଭିନ୍ନ ଜାଗାରେ ଚଢ଼ାଉ ଜାରୀ ରଖି ଦେଶୀ ଓ ବିଦେଶୀ ମଦ ଜବତ କରି ଚୋରା ମଦ ବେପାରୀମାନଙ୍କୁ ଗିରଫ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ସଦର ଅବକାରୀ ବିଭାଗ ପକ୍ଷରୁ ଇନ୍ଧ୍ରାକ୍ଷୀ ଗ୍ରାମ ନିକଟସ୍ଥ କିଆଫୁଲ ବୁଦା ନିକଟରେ ଦୀର୍ଘଦିନ ଧରି ଚାଲିଥିବା ଏକ ନକଲି ଦେଶୀ ମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରି ୧୨୦୦ଲିଟର ମହୁଲ ଓ ଗୁଡପୋଚ ସହ ୫୦ଲିଟର ଦେଶୀ ମଦ ଜବତ କରିଛନ୍ତି । ଅବକାରୀ ସବ୍ଇନ୍ସିପେକ୍ଟର ଶ୍ରୀଧର ମହାନ୍ତିଙ୍କ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଅବକାରୀ ଅଧକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କନିଷି ତହସିଲଦାର ଦେବେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ଏହି ନକଲି ଦେଶୀ ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ ଏବଂ ଜବତ ପୋଚ ଗୁଡିକୁ ନଷ୍ଟ କରାଯାଇଥିଲା । ଏହି ଚଢ଼ାଉରେ ସଦର ଅବକାରୀ ବିଭାଗ ଇନ୍ସିପେକ୍ଟର ସୁଶାନ୍ତ ପାଢ଼ୀ,ଇନ୍ସିପେକ୍ଟର ରୋଶନ ହଁସଦାଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here