ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଜାଣିବା ପାଇଁ ଚାଲିଲେ ୩୬ କି.ମି

0
372

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଗୋହିରିବାଡ଼ି ଗ୍ରାମର ଏକ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ନାମରେ ଥିବା ଆକାଉଣ୍ଟର ବାଲାନ୍ସ ଜାଣିବାକୁ ୭ ମହିଳା ୧୮ କିମି ଚାଲିଚାଲି ମଙ୍ଗଳବାର ସକାଳେ ଭଞ୍ଜନଗର ନିକଟ ଲଣ୍ଡେଇସାହି ଆଇଓବି ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ କାମ ସରିବା ପରେ ମହିଳାମାନେ ପୁଣି ଭୋକ ଉପାସ ରେ ପୁଣି ୧୮ କିମି ଚାଲିଚାଲି ନିଜ ଗ୍ରାମକୁ ଫେରିଛନ୍ତି। ମାତ୍ରା ବାଲାନ୍ସ ଜାଣିବା ପାଇଁ ଏହି ମହିଳାମାନେ ୩୬ କିମି ଯାଇଛନ୍ତି। ଲକ୍‌ଡ଼ାଉନ ଯୋଗୁ ଗାଡି ଚଳାଚଳ ବନ୍ଦ ଯୋଗୁ ବହୁ ହିତାଧିକାରୀ ଏହିଭଳି ଚାଲିଚାଲି ଭଞ୍ଜନଗରର ବିଭିନ୍ନ ବ୍ୟାଙ୍କକୁ ଆସୁଥିବା ନଜର କୁ ଆସୁଛି। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରତି ପଞ୍ଚାୟତସ୍ତରରେ ବ୍ୟାଙ୍କ ଖୋଲିବା ନେଇ ସରକାର ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନାହିଁ। ସୂଚନାଯୋଗ୍ୟ କିଛିବର୍ଷ ପୁର୍ବରୁ ମୁଜାଗଡ଼ରୁ ଆଇଓବି ବ୍ୟାଙ୍କଟି ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା। ଫଳରେ ଅଞ୍ଚଳର ଲୋକେ ବାଧ୍ୟ ହୋଇ ଭଞ୍ଜନଗରରେ ଥିବା ବ୍ୟାଙ୍କକୁ ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here