ନିଜର ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କଲେ ବାଲୁକା ଶିଳ୍ପୀ ସତ୍ୟ ମହାରଣା

0
284

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ଜିଲ୍ଲା ସୋରଡ଼ାର ବାଲୁକା ଶିଳ୍ପୀ ସତ୍ୟ ନିଜ ପୁରୁଣା ରେକର୍ଡ ଭାଙ୍ଗି
ବିଶ୍ବର ସବୁଠାରୁ ଛୋଟ କାଳୀ ମୂର୍ତ୍ତି ଗଢିଛନ୍ତି । ସେ ୨୦୧୭ରେ କାଳୀ ମୂର୍ତ୍ତି ଗଢି ବିଶ୍ୱ ରେକର୍ଡ କରିଥିଲେ,ନିଜ ରେକର୍ଡ ଭାଙ୍ଗି କାଠ,ଚକ୍,ପଥର ଓ ମାଟିରେ ଗଢିଛନ୍ତି ବିଶ୍ଵର ସବୁଠାରୁ ଛୋଟ କାଳୀ ମୂର୍ତ୍ତି । ଏହି ଚକ୍ ମୂର୍ତ୍ତିର ଉଚ୍ଚତା ୫ମିମି,୧.୫ସେମି,୨ସେମି
କାଠ ମୂର୍ତ୍ତିର ଉଚ୍ଚତା୧.୮ସେମି,୩ସେମି ଓ
ପଥର ମୂର୍ତ୍ତି ର ଉଚ୍ଚତା୧ସେମି । ସେ ଏଥି ସହିତ ଜନସାଧାରଙ୍କୁ ବାର୍ତ୍ତା ଦେଇଛନ୍ତି ଯେ
ସମସ୍ତେ ଘରେ ରହି ମାଙ୍କୁ ପୂଜା କରନ୍ତୁ। ବିନା ବାଣ ରେ ଦିପାବଳୀ ପାଳନ କରନ୍ତୁ। ମାଟି ଦୀପ ଜଳାଇ କୁମ୍ଭାର କାରିଗରମାନଙ୍କୁ ସାହାଯ୍ୟ କରନ୍ତୁ ।ଶଳ୍ପୀ ଶ୍ରୀ ମହାରଣାଙ୍କ କଳାକୃତି ଯୋଗୁ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି ସାରା ଦେଶ ସହ ବିଶ୍ୱରେ ପରିଚିତ ହୋଇପାରିଛି।

LEAVE A REPLY

Please enter your comment!
Please enter your name here