ସ୍ବେଛାସେବୀ ସଂଗଠନ ଅରୁଣା ପକ୍ଷରୁ ସହାୟତା ପ୍ରଦାନ

0
399

କୋଦଳା(ନ୍ୟୁଜଏକ୍ସଟ୍ରା/ସୂର୍ଯ୍ୟ ନାରାୟଣ ଷଢଙ୍ଗୀ): ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅରୁଣା ପକ୍ଷରୁ ଜିଲ୍ଲାର ବେଗୁନିଆପଡା ଓ ପୋଲସରା ବ୍ଲକରେ ୨୭୦ ରୁ ଉର୍ଦ୍ଧ ଏଚ. ଆଇ. ଭି ସଂକ୍ରମିତ ତଥା ବିପଦସଂକୁଳ ପରିସ୍ଥିତିରେ ଥିବା ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଏହି କରୋନା ମହାମାରୀ ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତଙ୍କୁ ଘରେ ରୁହନ୍ତୁ ଓ ସୁରକ୍ଷିତ ରହିବାପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଲକ ଡାଉନ ସମୟରେ ପୃଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜିମ ପ୍ରେମଜି ଫିଲାନ୍ତ୍ରଫିକ୍ ଇନିଟେଟିବେ (ଏ. ପି. ପି. ଆଇ ) ସହାୟତା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ୮ ଟି ବ୍ଲକରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ମାଧ୍ୟମରେ ୯୦୦ ରୁ ଉର୍ଦ୍ଧ୍ଵ ପରିବାରକୁ ସାମିଲ କରାଯିବାର ଲକ୍ଷ ରଖାଯାଇଛି । ସାମାଜିକ ଦୂରତ୍ୱରେ ରହିବା ମାସ୍କ ପିନ୍ଦିବା ସହ କିପରି ନିଜ ହାତକୁ ସଫାକରିବା ସେ ସମ୍ପର୍କରେ ଅନୁଷ୍ଠାନ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ସଚେତନତା କରାଯାଇଥିଲା । ସଚେତନ ଓ ନିୟମିତ ଏ .ଆର .ଟି ସେବନ ଦ୍ୱରା ଏହି ମହାମରିକୁ ରୋକ ଯାଇପାରିବ ବୋଲି ଅରୁଣାର ସମ୍ପାଦିକା ଶ୍ରୀମତୀ ସୌଦାମିନି ରଥ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମାର୍କଣ୍ଡ ମିଶ୍ର, ଦେବୀଦତ୍ତ ରଥ, ବିପିନ ଚନ୍ଦ୍ର ଦିଗଲ, ସୁଶାନ୍ତ ମଣ୍ଡଳ, ପ୍ରମୋଦ ଜେନା, କାଶୀନାଥ ସାହୁ ସମରେନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here