ଭୁଶୁଡ଼ିଲା ଛାତ୍ରୀ ନିବାସର କାନ୍ଥ, ଅଳ୍ପକେ ବର୍ତିଲେ ଛାତ୍ରୀ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ।

0
677

ବ୍ରହ୍ମପୁର,୨୫/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି। ହେଲେ ଭଗବାନଙ୍କ ଦୟାରୁ ଅଳ୍ପକେ ବର୍ତି ଯାଇଛନ୍ତି ଛାତ୍ରୀମାନେ। ବିଶ୍ୱବିଦ୍ୟାଳୟର 3ମହଲା ବିଶିଷ୍ଟ ଛାତ୍ରୀ ନିବାସ ସାବେରୀର ଆଜି ହଠାତ କାନ୍ଥ ଭୁଶୁଡ଼ି ପଡିଛି। ସୌଭାଗ୍ୟ ବଶତଃ ଘଟଣା ସ୍ଥଳରେ ବା ସେହି ସମୟରେ କେହି ଉପସ୍ଥିତ ନଥିଲେ। ସମସ୍ତେ ପ୍ରାୟ ନିଜ ନିଜ ଶ୍ରେଣୀକୁ ଚାଲିଯାଇଥିଲେ। ପୂର୍ବରୁ ଏହି କୋଠା ଏପରିକି କୋଠାର କାନ୍ଥ ଅତ୍ୟନ୍ତ ଦୁର୍ବଳ ହୋଇଥିବା ଯୋଗୁଁ କୌଣସି ଦୁର୍ଘଟଣାର ଆଶଙ୍କା ପ୍ରକାଶ କରି ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମରାମତି ଅଥବା ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ତେବେ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ସେଥିପ୍ରତି କର୍ଣ୍ଣପାତ କରିନଥିବାରୁ ଆଜି ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏବେ ଅନ୍ତତଃ ତୁରନ୍ତ ଏହାର ମରାମତି ଅଥବା ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରାଯାଇଛି। ଘଟଣା ପରେ ହଷ୍ଟେଲରେ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here