କଳିଙ୍ଗ ବୈଶ୍ୟ ସମାଜ 35ନମ୍ବର ଶାଖା ପକ୍ଷରୁ ମଧୁମେହ ଓ ଚକ୍ଷୁ ସଚେତନତା ଶିବିର ଅନୁଷ୍ଠିତ।

0
474

ବ୍ରହ୍ମପୁର,୨୫/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ସ୍ଥାନୀୟ ଗଜପତି ନଗର ସ୍ଥିତ କଳିଙ୍ଗ ବୈଶ୍ୟ କଲ୍ୟାଣ ମଣ୍ଡପରେ ମଧୁମେହ ରୋଗ ଓ ଚକ୍ଷୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ବୈଶ୍ୟ ସମାଜର35ନମ୍ବର ଶାଖା ଓ ରୁବି ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ଏହି ଶିବିରର ଆୟୋଜନ କରାଯାଇଛି। ଶିବିରରେ ବିଶିଷ୍ଠ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ପି ନଗେଶ୍ୱର ରାଓ ସୁବୁଦ୍ଧି ଓ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ପ୍ରକାଶ ପାତ୍ର ଯୋଗଦେଇ ଶିବିରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ଚିକିତ୍ସା ଓ ପରୀକ୍ଷା କରିଥିଲେ। ଏଥିରେ ସ୍ଥାନୀୟ ବହୁ ବରିଷ୍ଠ ନାଗରିକ ଯୋଗଦେଇ ମଧୁମେହ ଓ ଚକ୍ଷୁ ପରୀକ୍ଷା କରିଥିଲେ। ଶିବିରରେ ଆୟୋଜକ ସମାଜର ସଭାପତି ସୁରେନ୍ଦ୍ର ପାତ୍ର ଓ ସମ୍ପାଦକ କେଦାର ପାତ୍ର ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here