କାନ୍ଥରୁ ପୋଷ୍ଟର ଚିରି ସହରକୁ ସୁନ୍ଦର ରଖିବାକୁ ପ୍ରୟାସ, ଅଭିଯାନକୁ ସବୁ ମହଲରୁ ମିଳୁଛି ସମର୍ଥନ।

0
645

ବ୍ରହ୍ମପୁର, ୨୫/୦୭/(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)-: ଗାଁ ସୁନ୍ଦର ଧୋବା ତୁଠରୁ ଜଣାପଡେ। ଠିକ ସେହିଭଳି ସ୍ମାର୍ଟ ସିଟି ଦୌଡ଼ରେ ଥିବା ସହରର ଚିତ୍ର। ଗୋଟିଏ ପଟେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଚିତ୍ର ଆଙ୍କି ସହରକୁ ସୁନ୍ଦର ରଖିବାକୁ ଚେଷ୍ଟା କରୁଥିବା ବେଳେ କିଛି ନ୍ୟାସତ୍ସ୍ୱାର୍ଥ ବ୍ୟକ୍ତି ଏହି କାନ୍ଥରେ ପୋଷ୍ଟର ଲଗାଇ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର କିଛି ବ୍ୟକ୍ତିବିଶେଷ ଅଣ୍ଟା ଭିଡିଛନ୍ତି ଓ ଆଗେଇ ଆସିଛନ୍ତି ଏହାକୁ ପ୍ରତିବାଦ କରିବା ସହ କାନ୍ଥରୁ ପୋଷ୍ଟର ହଟେଇବା ପାଇଁ। ଏକ ନିଆରା ଅଭିଯାନ ଆରମ୍ଭ କରି ବର୍ତ୍ତମାନ ଏହି ଅଭିଯାନ18ଦିନରେ ପହଞ୍ଚି ସରିଛି। ଇତି ମଧ୍ୟରେ ସହରର ଇଞ୍ଜିନିୟରିଂ ସ୍କୁଲ ଠାରୁ ଗିରିରୋଡ ଓ ହିଲପାଟଣା ପର୍ଯ୍ୟନ୍ତ ରାସ୍ତାର ଉଭୟ ପର୍ଶ୍ୱର କାନ୍ଥରୁ ପୋଷ୍ଟର ହଟେଇ ସାରିଛନ୍ତି। ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଦିନକୁ ଦିନ ସଦସ୍ୟଙ୍କ ସଂଖ୍ୟା ସେପୁଣି ବିଭିନ୍ନ ବର୍ଗରୁ ବଢ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ସହିତ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ଯଦି କାନ୍ଥରେ ପୋଷ୍ଟର ମାରୁଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଏଥିରେ ନିଶ୍ଚିତ ଭାବେ ସଫଳତା ମିଳିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here