ବିଡିଏ ର ବିଚିତ୍ର ନୀତି: ଯାତ୍ରୀଙ୍କ ପାଇଁ ସିଟି ବସର ଅଭାବ, ସେପଟେ ଖତ ଖାଉଛି ୧୦ଟି ନୂଆ ସିଟି ବସ।

0
676

ବ୍ରହ୍ମପୁର,୨୫/୦୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)-: ବ୍ରହ୍ମପୁର ସହରରେ ଲୋକଙ୍କ ଯାତାୟତରେ ସୁବିଧା ପାଇଁ ସିଟି ବସର ପ୍ରଚଳନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୬ ଟି ବସ ଜରିଆରେ ଏହି ସେବା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅଧିକ ବସ ସହିତ ଏହି ସେବାକୁ ବ୍ରହ୍ମପୁର ମଧ୍ୟରେ ସୀମିତ ନ ରଖି ସହର ବାହାରକୁ ଅର୍ଥାତ ଛତ୍ରପୁର, ଗୋପାଳପୁର ଓ ହିଂଜିଳିକାଟୁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଗଲା। ତେବେ ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି କାରଣରୁ ଯାତ୍ରୀଙ୍କ ପାଇଁ ଅଧିକ ବସର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ନୂଆ ବସ ଚଳାଚଳ କରିବା ଦିଗରେ ବିଡିଏ କର୍ତ୍ତୃପକ୍ଷ ଆଗେଇ ଆସିବା କଥା। କିନ୍ତୁ ଏଠି ଦେଖିବାକୁ ମିଳିଛି ବଡ଼ ବ୍ୟତିକ୍ରମ। ୧୦ଟି ନୂତନ ସିଟି ବସ ଥିବା ସତ୍ତ୍ୱେ ସେଗୁଡିକୁ ବ୍ୟବହାର ନକରି ରଖାଯାଇଛି। ଫଳରେ ନଷ୍ଟ ହେବାକୁ ବସିଛି ସମସ୍ତ ୧୦ଟି ବସ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏହି ବସ ଗୁଡିକୁ ଚଳାଇବାକୁ ସାଧାରଣରେ ଦାବି ହୋଇଛି। ଏନେଇ ବିଡିଏ ଉପାଧ୍ୟକ୍ଷ ଓ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାରେ ଉଭୟେ ଖୁବଶୀଘ୍ର ବସ ଚାଲୁ କରାଯିବାନେଇସୂଚନା ଦେଇଛନ୍ତି। ରାଜ୍ୟ ପରିବହନ ବିଭାଗରୁ ଅନୁମତି ମିଳିନଥିବା କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ନିକଟରେ ଏହାର ସମାଧାନ ହୋଇଯାଇଛି। ଆସନ୍ତା ଅଗଷ୍ଟ ମାସରେ ହଳଦିଅପଦର ଠାରେ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ଏହି ବସ ଗୁଡିକ ହଳଦିଅପଦର ଠାରୁ ବ୍ରହ୍ମପୁର ସହରକୁ ଯୋଗାଯୋଗ କରିବାରେ ବେଶ ସହାୟକ ହେବ ବୋଲି ଉଭୟ ବିଡିଏ ଉପାଧ୍ୟକ୍ଷ ଓ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here