ସାମାଜିକ ଦୂରତ୍ୱ ଭୁଲି ଯାଉଛନ୍ତି ଲୋକ ମାନେ

0
359

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ସାରା ଦେଶକୁ କୋରନା କବଳିତ କରିଥିବା ବେଳେ ଓଡ଼ିଶାରେ ଆଜି ସୁଦ୍ଧା ୧୧୧ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଂଜାମ ଜିଲ୍ଲାପାଳ ବିଜୟ ଅବୃତ କୁଲାଗେ ଆପ୍ରାଣ ଉଦ୍ୟମ କରୁଛନ୍ତି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଭଞ୍ଜନଗର । ବାଉଁଶଲୁଣ୍ଡି ଠାରେ ଥିବା ଭଞ୍ଜନଗର ଗ୍ୟାସ ଅଫିସରେ । ଲୋକ ମାନେ ଏଠାରେ ଉଜଳା ଯୋଜନାରେ ମିଳୁ ଥିବା ମାଗଣା ଗ୍ୟାସ ପାଇଁ ଗହଳି କରିଥିବା ସୂଚନା ମିଳିଛି। ସବୁ ଠାରୁ ଗୁରୁତ୍ୱ ପୂର୍ଣ କଥା ହେଲା ଲୋକ ମାନେ ଏଠି ସାମାଜିକ ଦୂରତ୍ୱ କୁ ଭୁଲି ଯାଇଛନ୍ତି। ଗ୍ୟାସ ପାଇଁ ଲୋକ ମାନେ ନିଜ ନିଜ ପାଖରେ ଠିଆ ହୋଇ କଥା ହେଉଥିବା ଦେଖିବାକୁ ମିଳିଛି। ନା ଅଛି କୋରନା ଭୟ ନା ଅଛି ସାମାଜିକ ଦୂରତ୍ୱ। ଲୋକ ମାନେ ସତେ ଯେପରି ଏଠାକୁ ବୁଲିବାକୁ ଆସିଥିବା ଭଳି ମନେ ହେଉଛି।

LEAVE A REPLY

Please enter your comment!
Please enter your name here