ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ସପ୍ତମ ଶ୍ରାଦ୍ଧ ଦିବସ ପାଳିତ

0
244

ଛତ୍ରପୁର : କୃଷକ ଆନ୍ଦୋଳନର କର୍ଣ୍ଣଧାର , ବର୍ଷିୟାନ କମ୍ୟୁନିଷ୍ଟ ନେତା ଓ ପୂର୍ବତନ ବିଧାୟକ ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ସିପିଆଇ ପକ୍ଷରୁ କ୍ଷେତମଜଦୂର ନେତା ସିମାଞ୍ଚଳ ସାହୁଙ୍କ ପୈାରହିତ୍ୟରେ ଏକ ଶ୍ରଦ୍ଧାଞଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ , ଛତ୍ରପୁର ଜୋନାଲ ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ କନାର୍ଦ୍ଦନ ରେଡ୍ଡୀ ସହ-ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ , ଏସ କ୍ରିଷ୍ଣା ରେଡ୍ଡୀ , କୈଳାଶ ପଲାଇ, ନବୀନ ଚନ୍ଦ୍ର ମହାନ୍ତି , ଏସ. ତ୍ରିନାଥ ରେଡ୍ଡୀ , କେ. ଦେବରାଜ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି , ଏନ.ସୁକାନ୍ତ ଆଚାରୀ , ସ୍ୱର୍ଗତ ବିଶ୍ୱନାଥ ସାହୁଙ୍କ ପୁଅ ବିଘ୍ନେଶ୍ୱର ସାହୁଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସମସ୍ତେ ସ୍ୱର୍ଗତ ସାହୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଅମରଆତ୍ମା ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here